ପୁରୀ: ୨୦୨୬ ମାସିକ ଅପରାଧ ସମୀକ୍ଷା ବୈଠକ ପୁରୀ ପୋଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ସଭାରେ ପୁରୀ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂହ ଅଧ୍ୟକ୍ଷତା କରିଥିଲେ। ବୈଠକରେ ୨୦୨୬ ବର୍ଷ ପାଇଁ ପୁରୀ ପୋଲିସର କାର୍ଯ୍ୟ ପରିକଳ୍ପନା, ଅପରାଧ ନିୟନ୍ତ୍ରଣ ନୀତି, ଜନସୁରକ୍ଷା ଓ ଆଧୁନିକ ପୋଲିସିଂ ପ୍ରଣାଳୀ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ସଭାରେ ଅନଖା ବିଜୟ, ଆଇପିଏସ୍, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଶ୍ରୀ ସୁଶୀଲ ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଶ୍ରୀ ଦେବୀ ପ୍ରତାପ, ଶ୍ରୀ ସଚିନ ପଟେଲ, ଶ୍ରୀ ସୌମ୍ୟ ରଞ୍ଜନ ମଲ୍ଲିକ ସହିତ ସମସ୍ତ ସବ୍-ଡିଭିଜନ୍ର ଅଧିକାରୀ, ସମସ୍ତ ଥାନା ଅଧିକାରୀ, ସମସ୍ତ କୋୖର୍ଟର ପୋଲିସ ଅଧିକାରୀ ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ବୈଠକରେ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂହ କହିଥିଲେ ଯେ, ପୁରୀ ପୋଲିସର ପ୍ରଧାନ ଲକ୍ଷ୍ୟ ହେଉଛି ଜନସାଧାରଣଙ୍କ ସୁରକ୍ଷା, ଆଇନ ଶୃଙ୍ଖଳା ରକ୍ଷା ଓ ଆଧୁନିକ ପ୍ରଣାଳୀରେ ଅପରାଧ ନିୟନ୍ତ୍ରଣ।ସେ ସମସ୍ତ ଅଧିକାରୀଙ୍କୁ ସତ୍ୟନିଷ୍ଠା, ନିଷ୍ଠା ଓ ଜନସେବା ମନୋଭାବ ସହ କାମ କରିବାକୁ ପରାମର୍ଶ ଦେଇଥିଲେ। ଜନସାଧାରଣ ସହ ଭଲ ବ୍ୟବହାର ଉପରେ ଗୁରୁତ୍ୱ ଦେବା ସହିତ ପୋଲିସ ଓ ଜନସାଧାରଣ ମଧ୍ୟରେ ବିଶ୍ୱାସ ଓ ସମ୍ପର୍କ ମଜବୁତ କରିବା। ୨୦୨୬ ମସିହାରେ ପୋଲିସ କାର୍ଯ୍ୟକଳାପରେ ଆଧୁନିକ ଟେକ୍ନୋଲୋଜିର ବ୍ୟବହାରକୁ ଆହୁରି ବୃଦ୍ଧି କରିବାକୁ କୁହାଯାଇଥିଲା।
ସିସିଟିଭି ମନିଟରିଂ, ଡିଜିଟାଲ ତଦନ୍ତ, ସାଇବର ଟୁଲ, ଡାଟା ଆନାଲିସିସ ଓ ଅନ୍ୟାନ୍ୟ ଆଧୁନିକ ପ୍ରଣାଳୀ ମାଧ୍ୟମରେ ଅପରାଧ ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅପରାଧ ଘଟିବା ପୂର୍ବରୁ ତାହାକୁ ରୋକିବା ପାଇଁ ପ୍ରୋ-ଆକ୍ଟିଭ ପୋଲିସିଂକୁ ଆହୁରି ସକ୍ରିୟ କରିବାକୁ କୁହାଯାଇଥିଲା। ସନ୍ଦେହଜନକ ବ୍ୟକ୍ତି ଓ ଅପରାଧ ପ୍ରବଣ ଅଞ୍ଚଳ ଉପରେ ନିୟମିତ ନଜରଦାରି, ଚେକିଂ ଓ ଇଣ୍ଟେଲିଜେନ୍ସ ସଂଗ୍ରହ ଉପରେ ଗୁରୁତ୍ୱ ଦିଆଯାଇଥିଲା। କମ୍ୟୁନିଟି ପୋଲିସିଂକୁ ଶକ୍ତିଶାଳୀ କରିବା ସମାଜ ସହ ମିଶି କାମ କରିବା ପାଇଁ କମ୍ୟୁନିଟି ପୋଲିସିଂକୁ ଆହୁରି ମଜବୁତ କରିବାକୁ କୁହାଯାଇଥିଲା।
ପୋଲିସ କର୍ମଚାରୀମାନଙ୍କ କଳ୍ୟାଣ ପୁରୀ ପୋଲିସର ପ୍ରାଥମିକତା ଦେବା ପାଇଁ କୁହାଯାଇଥିଲା। ସମସ୍ତ ମାମଲାର ତ୍ୱରିତ ତଦନ୍ତ କରିବା ଓ ଅପରାଧୀଙ୍କୁ ଶୀଘ୍ର ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାମଲାର ସୁପରଭିଜନ୍, କୋର୍ଟ ପ୍ରୋସିଡିଂ ଓ ଭିକ୍ଟିମ ନ୍ୟାୟ ଉପରେ ବିଶେଷ ଗୁରୁତ୍ୱ ବୈଠକରେ ମାମଲାର ଗୁଣତ୍ୱ ନିଶ୍ଚିତ କରିବା ପାଇଁ କେସ୍ ଷ୍ଟଡି ଆଧାରିତ ସୁପରଭିଜନ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସଠିକ୍ ତଦନ୍ତ, ଠିକ୍ ଡକ୍ୟୁମେଣ୍ଟେସନ୍, ସମୟରେ ଚାର୍ଜଶିଟ ଦାଖଲ ଓ କୋର୍ଟରେ ସଠିକ୍ ପ୍ରସ୍ତୁତି ମାଧ୍ୟମରେ ଦୃଢ ଜଜମେଣ୍ଟ ନିଶ୍ଚିତ କରିବାକୁ ଗୁରୁତ୍ୱ ଦିଆଯାଇଥିଲା।
ସେହିପରି ଭାବରେ ଭିକ୍ଟିମମାନଙ୍କୁ ସମୟୋଚିତ ସହାୟତା ଓ ଆଇନଗତ ସହଯୋଗ ଯୋଗାଇ ମାମଲାରେ ନ୍ୟାୟ ମିଳିବାକୁ ନିଶ୍ଚିତ କରିବାକୁ କୁହାଯାଇଥିଲା। ଜରୁରୀ ସେବା ୧୧୨ କୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କାମ କରିବାକୁ କୁହାଯାଇଥିଲା। ପୁରୀ ଏକ ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ହେବାରୁ ପର୍ଯ୍ୟଟକ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ଗତ ମାସର ଅପରାଧ ପରିସ୍ଥିତି, ଚାଲୁଥିବା ମାମଲାର ଅବସ୍ଥା, ଗୁରୁତ୍ୱପୂର୍ଣ୍ଣ ମାମଲାର ତଦନ୍ତ ପ୍ରଗତି, ଟ୍ରାଫିକ୍ ବ୍ୟବସ୍ଥାପନା, ସାଇବର ଅପରାଧ ନିୟନ୍ତ୍ରଣ ଓ ଆଗାମୀ ଦିନର କାର୍ଯ୍ୟ ପରିକଳ୍ପନା ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ଅଧିକ ପଢନ୍ତୁ; ପଙ୍କୋଦ୍ଧାର ଏକାଦଶୀ ଓ ଜାଗର ପାଇଁ ପ୍ରଭୁ ଲୋକନାଥଙ୍କ ପୀଠରେ ଜିଲ୍ଲାପାଳଙ୍କ ସମୀକ୍ଷା