ପୁରୀ: ଚଳିତ ମାସ ୧୫ ତାରିଖରେ ମହାଶିବରାତ୍ରି ଓ ୧୩ ତାରିଖରେ ପଙ୍କୋଦ୍ଧାର ଏକାଦଶୀ।ଉଭୟ ଦିନରେ ଶ୍ରୀଲୋକନାଥଙ୍କ ପୀଠରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଗହଳିର ଆଶା କରାଯାଉ ଥିବାରୁ ଶୃଙ୍ଖଳିତ ଦର୍ଶନ, ଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲାପାଳ ଦିବ୍ୟାଜ୍ୟୋତି ପରିଡା ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ଶ୍ରୀ ପରିଡା ଶ୍ରୀ ଲୋକନାଥଙ୍କ ପୀଠରେ ପହଞ୍ଚି ଠାକୁରଙ୍କ ଦର୍ଶନ ମନ୍ଦିର ଚତୁଃପାର୍ଶ୍ବ ପରିକ୍ରମା କରି ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ନିରୀକ୍ଷଣ କରିଥିଲେ ଜିଲ୍ଲାପାଳ। ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା, ଦୀପ ପ୍ରଜ୍ବଳନ ସ୍ଥାନ,ପାନୀୟ ଜଳ,ଅଗ୍ନି ନିର୍ବାପକ ବ୍ୟବସ୍ଥା, ସ୍ୱାସ୍ଥ୍ୟ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ଅନୁଧ୍ୟାନ କରି ଥିଲେ।
ସେପଟେ ଏସ୍ପି ଶ୍ରୀ ପ୍ରତୀକ ସିଂ ଲୋକନାଥ ମନ୍ଦିର ପରିସରରେ ଲାଇନ୍ ଦର୍ଶନ ଏବଂ ପରମାଣିକ ଦର୍ଶନ ପାଇଁ କରାଯାଇଥିବା ବାରିକେଡିଂ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ସମୀକ୍ଷା ସମୟରେ ଶ୍ରଦ୍ଧାଳୁମାନଙ୍କୁ ସୁବିଧାଜନକ, ସୁସଂଗଠିତ ଏବଂ ସୁରକ୍ଷିତ ଦର୍ଶନ ସୁନିଶ୍ଚିତ କରିବା ନିମନ୍ତେ ମନ୍ଦିର ସେବାୟତମାନଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇଥିଲା। ଭିଡ଼ ନିୟନ୍ତ୍ରଣ, ଲାଇନ୍ ପରିଚାଳନା, ପାର୍କିଂ ବ୍ୟବସ୍ଥା, ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ପରମାଣିକ ଦର୍ଶନ ପାଇଁ ଅଲଗା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
ଅଧିକ ପଢନ୍ତୁ; ରାଜ୍ୟରେ ବଢ଼ିବାରେ ଲାଗିଛି ପାରଦ, ତେଣୁ କମୁଛି ଶୀତ