କାର୍ତ୍ତିକ ମାସ ଆରମ୍ଭରୁ ଶ୍ରୀ ମନ୍ଦିରରେ ହବିଷ୍ୟାଳୀଙ୍କ ସମେତ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ଆଜି କାର୍ତ୍ତିକ ମାସର ନବମ ଦିନ । ଏହି ପବିତ୍ର ମାସରେ ଶ୍ରୀ ମନ୍ଦିରରେ ଶ୍ରୀ ଜୀଉଙ୍କର ସ୍ୱତନ୍ତ୍ର ନୀତିକାନ୍ତି ହେବା ସହିତ ବିଭିନ୍ନ ବେଶରେ ସୁସଜ୍ଜିତ ହୋଇ ଶ୍ରୀ ଜୀଉ ହଜାର ହଜାର ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଭୋର ସମୟରେ ଶ୍ରୀ ଜୀଉଙ୍କର ମଙ୍ଗଳ ଆଳତି ନୀତି ଦେଖିବା ପାଇଁ ମଧ୍ୟ ଭକ୍ତଙ୍କ ଭିଡ଼ ହୋଇଥାଏ ।
ଆଜି କାର୍ତ୍ତିକ ମାସର ସୋମବାର ହୋଇଥିବାରୁ ଶ୍ରୀ ମନ୍ଦିରରେ ମଙ୍ଗଳ ଆଳତି ଦେଖିବା ପାଇଁ ଭକ୍ତଙ୍କର ପ୍ରବଳ ଭିଡ଼ ହୋଇଛି । ଯାହା ପାଇଁ ଶ୍ରୀ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଶ୍ରୀ ମନ୍ଦିରରେ ଶ୍ରୀ ଜୀଉଙ୍କର ଅବକାଶ ନୀତି ପରେ ରାଧା ଦାମୋଦର ବେଶରେ ସଜ କରାଯାଇଥାଏ ଆଉ ଯେଉଁ ବେଶକୁ ଦେଖିବା ପାଇଁ ବହୁତ ଦୂରରୁ ଭକ୍ତଙ୍କ ସମାଗମ ହୋଇଛି । କାର୍ତ୍ତିକ ବ୍ରତ ପାଳନ କରୁଥିବା ହବିଷ୍ୟାଳୀମାନେ ଚଉରା ମୂଳରେ ରାଇ ଦାମୋଦରଙ୍କ ପୂଜା କରିବା ସହିତ ପୁରାଣ ପାଠ କରି ପାପ କ୍ଷୟ କରିଥାନ୍ତି ।
ଆଗକୁ ପଢ଼ନ୍ତୁ : ଜାନୁଆରୀ ୧୭ରେ ହେବ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ