ଗତକାଲି ନୀଳାଦ୍ରି ଭକ୍ତନିବାସ ସଭାଗୃହରେ ଅନୁଷ୍ଠିତ ହୋଇଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ସେଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ସମ୍ପର୍କରେ ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆସନ୍ତା ବର୍ଷ ଜାନୁଆରୀ ୧୭ ତାରିଖରେ ବେଶ ଉତ୍ସାହରେ ପାଳନ କରାଯିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରାଯିବ ବୋଲି ପରିଚାଳନା କମିଟି ମୋହର ଲଗାଇଛି ।
ଏଥିରେ କେଉଁ ଅତିଥିଙ୍କୁ ଡକାଯିବ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯିବା ପରେ ତାହା ସ୍ଥିର ହେବ ବୋଲି ସେ ସୂଚନା ଦିଆଯାଇଛି । ତେବେ ନିଷ୍ପତ୍ତି ଅନୁଯାୟୀ ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ପାଇଁ ୧୫ ତାରିଖରୁ ବେଦପାଠ, ଯଜ୍ଞ, ସଂକୀର୍ତ୍ତନ ଆଦି କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି କମିଟି ବୈଠକରେ କୁହାଯାଇଛି ।
ଏହାସହ ସହ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଯଜ୍ଞ କରାଯିବ । ଚାରି ଦ୍ୱାରରେ ଚାରିବେଦକୁ ନେଇ ପାରାୟଣ କରାଯିବ । ଶ୍ରୀମନ୍ଦିର ଚାରିପଟେ ସଂକୀର୍ତ୍ତନ ପାଇଁ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀଙ୍କୁ ପୁରୀ ଆସିବାକୁ ଆମନ୍ତ୍ରଣ କରାଯିବ । ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ହେବାକୁ ଥିବା ବେଳେ ଜାନୁଆରୀ ୧୨ ତାରିଖରୁ ହୋମଯଜ୍ଞ ଆରମ୍ଭ ହେବ । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପ୍ରକଳ୍ପ ଲୋକାର୍ପଣ କରିବେ ।
ଅଧିକ ପଢ଼ନ୍ତୁ: ଆଜି ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ