ଶିମିଳିପାଳ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲରେ ବୁଲିଲା ବାଘୁଣୀ ‘ଯମୁନା’। ଆଜି ଏନକ୍ଲୋଜର୍ରୁ କଢ଼ାଯାଇ କୋର ଏରିଆରେ ଛାଡ଼ିଲା ବନ ବିଭାଗ । ଗତ ୨୮ରେ ମହାରାଷ୍ଟ୍ର ତଡ଼ବାରୁ ଅଢ଼େଇ ବର୍ଷର ବାଘୁଣୀକୁ ଧରି ବନବିଭାଗ ଟିମ୍ ଶିମିଳିପାଳ ଆଣିଥିଲେ । ଏହାପରେ ତାକୁ କୋର୍ ଏରିଆରେ ଛଡ଼ା ଯାଇଥିଲା କିନ୍ତୁ ଯମୁନାର ଦେହ ସାମାନ୍ୟ ଅସୁସ୍ଥ ହେବାରୁ ତାକୁ ପୁଣି ଏନକ୍ଲୋଜର୍ରେ ରଖାଯାଇଥିଲା । ତେବେ କିଛି ଦିନ ପରେ ଆଜି ସୁସ୍ଥ ହେବାରୁ ଯମୁନା କୁ ଏନକ୍ଲୋଜର୍ରୁ କଢ଼ାଯାଇ ଘଞ୍ଚଜଙ୍ଗଲରେ ପୁଣି ଛଡ଼ାଗଲା । ବର୍ତମାନ ସେ ସୁସ୍ଥ ଅଛି ଏବଂ ଏକ ସ୍ୱତନ୍ତ୍ର ଟିମ୍ ନଜରରେ ରହିବ ବୋଲି ଶିମିଳିପାଳ ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ାଙ୍କ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଶିମିଳିପାଳରେ ମହାବଳ ବାଘ ବଂଶ ବିସ୍ତାର କରିବା ଦିଗରେ କାମ କରିବ। ରାଜ୍ୟରେ ବର୍ତ୍ତମାନ ମୋଟ ୩୦ଟି ମହାବଳ ବାଘ ଥିବା ବେଳେ ତା’ମଧ୍ୟରୁ ୨୭ଟି ଅଛନ୍ତି ଶିମିଳିପାଳ ଅଭୟାରଣ୍ୟରେ। ଏହି ୨୭ଟି ଭିତରୁ ୧୩ଟି ହେଉଛି କଳା ମେଲାନିଷ୍ଟିକ ବାଘ। ତେଣୁ ଜେନେଟିକ୍ ଇନବ୍ରିଡିଂକୁ ରୋକିବା ସହ ମହାବଳ ବଂଶ ବିସ୍ତାର ପାଇଁ ବନବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି।