କଟିଲା ୩ ବିଜେଡି ବିଧାୟକଙ୍କର ଟିକେଟ। ଅନୁଗୁଳ, ନିମାପଡା ଓ କୁଚିଣ୍ଡାରେ ଥିବା ବିଧାୟକଙ୍କର ଟିକେଟ କାଟି ନୂଆ ନେତାଙ୍କୁ ସୁଯୋଗ ଦେଇଛନ୍ତି ଦଳ ସୁପ୍ରିମୋ। ଆଜି ବିଜେଡି ତାର ୫ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୨ଟି ଆସନରେ ପ୍ରାର୍ଥୀ ଅଦଳବଦଳ କରିଛନ୍ତି ବିଜେଡି ସୁପ୍ରିମୋ। ତେବେ ୫ମ ପର୍ଯ୍ୟାୟରେ ୯ଟି ଆସନରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସମ୍ବଲପୁରରେ ଦଳ ପ୍ରସନ୍ନଙ୍କ ବଦଳରେ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରିଛି। ଏପରିକି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରେଢାଖୋଲ ଆସନରେ ପ୍ରାର୍ଥୀ କରାଯାଇଛି।
ସୂଚନା ମୁତାବକ, ବିଜେଡି ୫ମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତାଲିକାରେ ୨ଜଣ ପ୍ରାର୍ଥୀଙ୍କୁ ଅଦଳବଦଳ କରିଛି ବିଜେଡି। ଏପରିକି ୩ ବିଜେଡି ବିଧାୟକଙ୍କର ଟିକେଟ ମଧ୍ୟ କଟିଛି। ଅନୁଗୁଳ, ନିମାପଡା ଓ କୁଚିଣ୍ଡାରେ ଥିବା ବିଧାୟକଙ୍କର ଟିକେଟ କଟାଯାଇ ଦଳ ଏଠାରେ ନୂଆ ଚେହେରାଙ୍କୁ ସୁଯୋଗ ଦେଇଛି। ଅନୁଗୁଳର ବିଧାୟକ ରଜନୀକାନ୍ତ ସିଂହଙ୍କ ବଦଳରେ ଏଠାରେ ତାଙ୍କ ପତ୍ନୀ ସଂଯୁକ୍ତି ସିଂହ ପ୍ରାର୍ଥୀ ହୋଇଛି। ସେହିପରି କୁଚିଣ୍ଡା ବିଧାୟକ କିଶୋର ନାଏକଙ୍କ ବଦଳରେ ରାଜେନ୍ଦ୍ର ଛତ୍ରିଆଙ୍କୁ ସୁଯୋଗ ଦେଇଛି ବିଜେଡି। ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସମୀର ଦାଶଙ୍କ ବଦଳରେ ଦଳ ଦିଲ୍ଲୀପ କୁମାରଙ୍କ ଉପରେ ଭରସା କରିଛନ୍ତି ଦଳ ସୁପ୍ରିମୋ। ତେବେ ଏପରି ସମସ୍ତ ନିଷ୍ପତି ନେଇଛନ୍ତି ଦଳର ମୁଖ୍ୟ ନବୀନ ପଟ୍ଟନାୟକ।