ଓଡ଼ିଶାକୁ ଆସିବେ ଆଉ ୩ ମହାବଳ ବାଘ । ଡେବ୍ରିଗଡ଼ ଅଭୟାରଣ୍ୟରେ ଏହି ମହାବଳ ବାଘ ଛଡ଼ାଯିବ । ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି । ପୂର୍ବରୁ ଯମୁନା ଓ ଜିନ୍ନତ ଆସି ସାରିଥିବା ବେଳେ ଆଉ ଏବେ ୩ଟି ମହାବଳ ବାଘ ଆସିବା ନେଇ ଯୋଜନା ରହିଛି ।
ଏହି ଦୁଇ ମହାବଳ ବାଘ ଓଡ଼ିଶା ଜଙ୍ଗଲରେ ସମ୍ପୂର୍ଣ୍ଣ ଖାପ ଖୁଆଇଲା ପରେ ଆଉ ୩ ମହାବଳ ବାଘ ଆଣିବାକୁ ସରକାର ବିଚାର ବିମର୍ଷ କରୁଥିବା କହିଛନ୍ତି ମନ୍ତ୍ରୀ ଗଣେଶରାମ । ମନ୍ତ୍ରୀ କହିଛନ୍ତି, ଜିନ୍ନତ ଏବେ ଶିମିଳିପାଳ ଏନ୍କ୍ଲୋଜରରେ ଅଛି । ଜିନତ ବର୍ତ୍ତମାନ ସୁସ୍ଥ ଅଛି । ଜଳକ୍ରୀଡ଼ା କରୁଛି । ସ୍ବାଭାବିକ ଭାବେ ଖାଦ୍ୟ ଖାଉଛି। ଏମାନେ ଖାପ ଖୁଆଇଲା ପରେ ଆଉ ୩ ବାଘକୁ ଆଣିବା ପାଇଁ ସରକାର ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନେବେ।