ଭୁବନେଶ୍ୱର : ଆଜି ତାତିରୁ ମିଳିବ ଅଶ୍ଵସ୍ତି। ବଢୁଥିବା ତାପମାତ୍ରାରେ ଲାଗିବ ବ୍ରେକ। ତେବେ ଗତ ୨୪ ଘଣ୍ଟାରେ ୩ ରୁ ୪ ଡ଼ିଗ୍ରୀ ତାପମାତ୍ରା ହ୍ରାସ ପାଇଛି। ଏଥିପାଇଁ ରାଜ୍ୟବାସୀଙ୍କୁ ଟିକିଏ ଅସ୍ବସ୍ତି ମିଳିଛି। ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୩ ତାରିଖ ଯାଏ ବିଜୁଳି, ଘଡ଼ଘଡ଼ି ଓ କୁଆପଥର ବର୍ଷାର ଆଶଙ୍କା ରହିଛି। ଏପରିକି ଆଜି ବିଜୁଳି, ଘଡ଼ଘଡ଼ି ଓ କୁଆପଥର ମାଡ଼ ପାଇଁ ୬ ଜିଲ୍ଲା ଭଦ୍ରକ, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ସୁନ୍ଦରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ତେବେ ଏସବୁ ଜିଲ୍ଲାରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି ପାଇଁ ୬ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାକୁ ଦୃଷ୍ଟିରେ ରଖି ମୁକାବିଲା ପାଇଁ ସବୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ପକ୍ଷରୁ ଆଲର୍ଟ କରାଯାଇଛି।