କୋରାପୁଟ : ମାଟିତଳ ଖୋଳିବା ପରେ ମିଶିଲା ପୁଳାପୁଳା ଟଙ୍କା। ହେଲେ ଏତେ ଟଙ୍କା ଏତେ ଦିନ ହେବା ଥିବାରୁ ଉଇ ଖାଇ ଅଧାରୁ ଅଧିକ ନଷ୍ଟ ହୋଇଛି। ଏପରି ଘଟଣା କୋରାପୁଟରେ ଘଟିଛି। ଜଣେ ବୃଦ୍ଧଙ୍କ ଦେହାନ୍ତ ପରେ ତାଙ୍କ ପରିବାର ସଦସ୍ୟ ମାଟି ତଳୁ ୩୨,୦୦୦ଟଙ୍କା ଉଦ୍ଧାର କରିଛନ୍ତି।
ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ନାରାୟଣପାଟନା ବ୍ଲକ ଅନ୍ତର୍ଗତ କେଲୁବାଡି ଗାଁର ସୀତାରାମ ମେଲେକା ଦିନ ମଜୁରିଆ ଭାବରେ କାମ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। ସ୍ତ୍ରୀ, ତିନି ପୁଅ ଏବଂ ଗୋଟିଏ ଝିଅକୁ ନେଇ ତାଙ୍କ ପରିବାର।ସୀତାରାମଙ୍କ ପିଲାମାନେ ନିଜ ନିଜ ବୃତ୍ତିରେ ନିୟୋଜିତ ରହିଥିବା ବେଳେ ସେ ସେମାନଙ୍କୁ ବିବାହ କରି ଗାଁଠାରୁ ୩ କିଲୋମିଟର ଦୂରରେ ପତ୍ନୀଙ୍କ ସହ ଏକ ଚାଳିଆରେ ରହୁଥିଲେ। ସୀତାରାମ ଏବଂ ପତ୍ନୀ ସାମି ନିକଟ ପାହାଡରେ ଫସଲ ଚାଷ କରି ନିଜର ଜୀବନଯାପନ କରୁଥିଲେ। ସେ ବୃଦ୍ଧାବସ୍ଥାରେ ପେନସନ୍ ମଧ୍ୟ ପାଉଥିଲେ।
ତେବେ ଶେଷ ସମୟରେ ସେ ପିଲାମାନଙ୍କୁ ଦେଖିବାକୁ ନିଜ ପାଖକୁ ଡାକିଥିଲେ। ଏହାପରେ ସେ ଘର ପଛପଟ ଆମ୍ବ ଗଛ ତଳେ ୧୧ ଗ୍ରାମ ଓଜନର ସୁନା ଗହଣା ଏବଂ ଲକ୍ଷେ ୧୦ ହଜାର ଟଙ୍କା ପୋତିଥିବା କହିବା ପରେ ପରବର୍ତ୍ତୀ ସମୟରେ ତାଙ୍କର ଦେହାନ୍ତ ହୋଇଥିଲା। ଏକଥା ଶୁଣିବା ପରେ ପୁଅ ମାନେ ମାଟି ଖୋଳି ୩୨ ହଜାର ଟଙ୍କା ନୋଟ ଆକାର ରେ ପାଇଲେ କିନ୍ତୁ ଦୀର୍ଘ ଦିନ ହେବ ପୋତା ଯାଇଥିବାରୁ ଟଙ୍କା ସବୁ ଅଧାରୁ ଅଧିକ ଉଇ ଖାଇଯାଇଛନ୍ତି। ତେବେ ଏହି ଟଙ୍କାକୁ କିପରି ବ୍ଯବହାର କରିବେ ଚିନ୍ତାରେ ପରିବାର।