ପୁରୀ: ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ ପରେ ଗୋପବନ୍ଧୁ ଆୟୁର୍ବେଦ କଲେଜର ୭୫ତମ ପ୍ରତିଷ୍ଠା ଦିବସ ଓ ହୀରକ ଜୟନ୍ତୀ ସମାରୋହରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆୟୋଜିତ ସମାରୋହକୁ ସମ୍ବୋଧିତ କରି କହିଛନ୍ତି ଦେଶ ବିଦେଶରେ ଯୋଗ ଓ ଆୟୁର୍ବେଦ ଶିଖିବାକୁ ଲୋକେ ଇଚ୍ଛା କରୁଛନ୍ତି । ଖାଦ୍ୟପେୟରେ ସଂଯୋଗ ରକ୍ଷାକରି ଆମେ ସୁସ୍ଥ ରହି ପାରିବା । ଯୋଗଯୁ୍କ୍ତ ହୋଇ ରୋଗମୁକ୍ତ ହୋଇ ପାରିବା ।
ରାଷ୍ଟ୍ରପତି କହିଛନ୍ତି, ରୋଗ ପାଇଁ ଚିକିତ୍ସାର ଉପାୟ ଆୟୁର୍ବେଦରେ ରହିଛି । ଛାତ୍ରଛାତ୍ରୀ ଆୟୁର୍ବେଦରେ ଅଧିକ ଗବେଷଣା କରିବା ନେଇ ଆଶା କରୁଛି । ସଂଗ୍ରହାଳୟ ଏବଂ ଘରେ ଏବେ ବି ଅନେକ ତାଳପତ୍ର ପୋଥି ରହିଛି । ତାଳପତ୍ର ପୋଥିରେ ଆୟୁର୍ବେଦ ଚିକିତ୍ସାର ଅନେକ ଅବଦାନ ରହିଛି । ଛାତ୍ରଛାତ୍ରୀ ଗବେଷଣା କରି ଏହାକୁ ଲୋକଲୋଚନକୁ ଆଣିବେ ବୋଲି ଆଶା କରୁଛୁ ।
ଏହା ପୂର୍ବରୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁ୍ର୍ମୁ । ଏହି ସମୟରେ ସେ ଦେଶ ଓ ରାଜ୍ୟର ମଙ୍ଗଳ କାମନା କରିଛନ୍ତି । ଦର୍ଶନ ପରେ ରାଷ୍ଟ୍ରପତି କହିଛନ୍ତି ଯେ, “ଜଗନ୍ନାଥଙ୍କ ଦର୍ଶନ କରି ରାଜ୍ୟ ଏବଂ ଦେଶର ମଙ୍ଗଳ ପାଇଁ ପ୍ରାର୍ଥନା କଲି । ରାଜ୍ୟର ଲୋକ, ଦେଶର ଲୋକ ଖୁସିରେ ରୁହନ୍ତୁ, ଆନନ୍ଦରେ ରୁହନ୍ତୁ । ଭଗବାନ ସମସ୍ତଙ୍କର ମଙ୍ଗଳ କରନ୍ତୁ।”
ଋାଷ୍ଟ୍ରପତି ଗୋପବନ୍ଧୁ ଆୟୁର୍ବେଦ କଲେଜର ୭୫ତମ ପ୍ରତିଷ୍ଠା ଦିବସ ଓ ହୀରକ ଜୟନ୍ତୀ ସମାରୋହରେ ଯୋଗ ଦେବା ପରେ ପୁରୀ ରାଜଭବନ ଫେରିଛନ୍ତି । ସେଠାରେ ଭୋଜନ କରିବା ପରେ ଅପରାହ୍ଣରେ ପୁରୀ ବ୍ଳୁ ଫ୍ଳାଗ୍ ବିଚରେ ଆୟୋଜିତ ନୌସେନା ଦିବସ କାରୟୟ୍ ଫକ୍ରମରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ ରାଷ୍ଟ୍ରପତି। ସେଠାରେ ସଂଧ୍ୟା ୫ଟା ୪୫ ମିନିଟ ଯାଏଁ ନୌବୀରଙ୍କ ପରାକ୍ରମ ଦେଖିବେ ମହାମହିମ।
୫ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତିଙ୍କ ଆଜି ଦ୍ୱିତୀୟ ଦିନ। ଆଜି ସକାଳ ପ୍ରାୟ ୯ଟାରେ ରାଜଭବନରୁ ପୁରୀ ଅଭିମୁଖେ ବାହାରିଥିଲେ ରାଷ୍ଟ୍ରପତି। ଭୁବନେଶ୍ୱର ବିମାନବନ୍ଦରରୁ ବାୟୁ ସେନାର ସ୍ୱତନ୍ତ୍ର ବିମାନରେ ପ୍ରାୟ ୧୦ଟାରେ ପୁରୀରେ ଅବତରଣ କରିଥିଲେ ସେଠାରେ ତାଙ୍କୁ ସ୍ୱାର୍ଗତ କରାଯାଇଥିଲା। ଏହାପରେ ସେଠାରୁ ରାଷ୍ଟ୍ରପତି କଡ଼ା ସୁରକ୍ଷା ବଳୟରେ ସେ ଶ୍ରୀମନ୍ଦିର ଅଭିମୁଖେ ବାହାରିଥିଲେ।