ବ୍ରହ୍ମପୁର : ସରକାରୀ ଚାକିରି ଦେବାକୁ କହି ଟଙ୍କା ଠକେଇ ଘଟଣାରେ ୯ ଜଣ ଗିରଫ। ପୂର୍ବରୁ ୬ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ପୁଣି ୩ ଜଣଙ୍କୁ ଗିରଫ କରିଛି ବୈଦ୍ୟନାଥପୁର ଥାନା ପୋଲିସ। ଗଞ୍ଜାମ ସମେତ ବିଭିନ୍ନ ଜିଲ୍ଲାରେ ସରକାରୀ ଚାକିରି ଲୋଭ ଦେଖାଇ ଏହି ଦଲାଲ ମାନେ ଠକେଇ କରିଥିବା ସୂଚନା ରହିଛି। ପ୍ରାୟ ୫୦ରୁ ଅଧିକ ଆଶାୟୀଙ୍କଠାରୁ ଏହି ଟଙ୍କା ନିଆଯାଇଥିବା ପୋଲିସ୍ ସୂଚନା ଦେଇଛି।
ସୂଚନାନୁଯାୟୀ ଆଶାୟୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ ଏପରି ଭାବେ ପ୍ରାୟ ୩ କୋଟିର ଠକେଇ କରିଛନ୍ତି। ଭୁବନେଶ୍ୱରର ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଆଶାୟୀଙ୍କୁ ନେଇ ମନ ଜିଣୁଥିଲେ ଏବଂ ସରକାରୀ ଅଫିସ୍ରେ ଆଲୋଚନା ପରେ ଲକ୍ଷାଧିକ ଟଙ୍କା ନେଉଥିଲେ। ଗିରଫ ୯ ଜଣଙ୍କ ମଧ୍ୟରୁ ଜଣେ ମୁଖ୍ୟ ଅଭିଯୁକ୍ତଙ୍କ ଘର ଗଞ୍ଜାମ ଜିଲ୍ଲା ବୋଲି ଜଣାପଡ଼ିଛି । ତେବେ ଗଞ୍ଜାମ ସହ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଏହି ଠକେଇର ଚେର ଲମ୍ବିଛି ତେଣୁ ଘଟଣାକୁ ନେଇ ପୋଲିସ୍ ଅଧିକ ଖୋଳତାଡ କରୁଛି।