ଭୁୂବନେଶ୍ୱର: ଆସନ୍ତା ଦୁଇ ଦିନ ପରେ ରାଜ୍ୟରେ ସାମାନ୍ୟ ଶୀତ ବଢ଼ିବ। ସର୍ବନିମ୍ନ ତାପମାତ୍ରା ୨-୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ସେହିଭଳି ଡିସେମ୍ବର ମାସରେ ରାଜ୍ୟର ସବୁ ଅଞ୍ଚଳରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ଫଳରେ ଅଧିକ ଶୀତ ଅନୁଭୂତ ହେବନି । ସେହିଭଳି ଏ ମାସରେ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି । ସେହିଭଳି ଉତ୍ତର ଓଡ଼ିଶା, ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ଅଛି ବୋଲି ଆଇଏମ୍ଡି ଆକଳନ କରିଛନ୍ତି । ୩ରୁ ୫ ତାରିଖ ଯାଏ କିଛି ଜିଲ୍ଲାରେ କାଁ ଭାଁ ବର୍ଷା ସମ୍ଭାବନା ଅଛି ।
ତେବେ ମଙ୍ଗଳବାର ରାତିରେ ସର୍ବନିମ୍ନ ତାପମାତ୍ରା ସବୁଠୁ କମ୍ ୧୩ ଡିଗ୍ରୀ ନୟାଗଡ଼ରେ ରେକର୍ଡ଼ ହୋଇଛି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିର ପଡ଼ିଆରେ ସବୁଠୁ ଅଧିକ ୫୦ ମି.ମି. ବର୍ଷା ହୋଇଥିଲା। ମାଲକାନଗିରିରେ ୩୯.୨ ମି.ମି ସହ ଜିଲାରେ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇଛି। ଆଜି କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲାରେ ହାଲୁକା ବର୍ଷାର ମଧ୍ୟ ସମ୍ଭାବନା ରହିଛି।
ଅଧିକା ପଢନ୍ତୁ: ଭୂକମ୍ପରେ ଥରିଲା ମାଲକାନଗିରି