କଟକ : ପାରିବାରିକ କଳହର କରୁଣ ପରିଣତି। ଝିଅ ସହ ମା’ ଦେହରେ ନିଆଁ ଲଗାଇବା ଘଟଣାରେ ଝିଅ ପରେ ଘରୋଇ ହସ୍ପିଟାଲରେ ଚାଲିଗଲା ମା’ର ଜୀବନ। ଗତ ରାତିରେ ୨ ମାସର ଝିଅର ମୃତ୍ୟୁ ପରେ ଆଜି ସକାଳେ ମା’ର ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ ଜଗତପୁର ଥାନା ଆତୋଡାରେ ଘଟିଥିଲା ଏହି ଅଭାବନୀୟ ଘଟଣା। ପାରିବାରିକ ଝଗଡ଼ା କାରଣରୁ ଗତକାଲି ସନ୍ଧ୍ୟାରେ ବନ୍ଦ ଘରେ ନିଜ ଛୁଆ ସହ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇଲା ମା।ଚିତ୍କାର ଶୁଣି ପଡିଶା କବାଟ ଭାଙ୍ଗି ମା ଓ ଝିଅ କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଉଭୟ ଝିଅ ଓ ମାଆ । ଯାହା ଜଣାପଡିଛି ବର୍ଷେ ତଳେ ମହିଳାଙ୍କ ବିବାହ ହୋଇଥିଲା । ଯୌତୁକ ପାଇଁ ଘଟଣା ଘଟିଥିବା ମହିଳାଙ୍କ ବାପଘର ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଜଗତପୁର ପୋଲିସ ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି ।