ନୟାଗଡ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଛି । ଏହିଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଖଣ୍ତପଡା ବନାଞ୍ଚଳ ସିଂଘାପଡା ସେକ୍ସନ ଅଧୀନରେ । ବୁଢ଼ିଝାରୀ ସଂରକ୍ଷିତ ଜଙ୍ଗଲ ନିକଟରେ ବାର୍ହା ଶିକାର ଉଦ୍ଦେଶ୍ୟରେ ବିଛା ଯାଇଥିଲା ବିଦ୍ୟୁତ୍ ତାର ଆଉ ସେହି ତାର ସ୍ପର୍ଶରେ ଆସି ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଛି। ଏହି ଘଟଣା ମଙ୍ଗଳବାର ସକାଳୁ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିବା ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ।
ଖଣ୍ଡପଡ଼ା ବନାଞ୍ଚଳ ଅଧିକାରୀ ଉଦିତ୍ କୁମାର ପ୍ରଧାନ, ବନପାଳ ସନାତନ ସ୍ୱାଇଁ, କୈଳାସ ପ୍ରଧାନଙ୍କ ସମେତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ବାଘର ମୃତଦେହ ଜବତ କରିଛନ୍ତି। ବିଦ୍ୟୁତ୍ ତାର ଯୋଗୁଁ କଲରାପତରିଆ ବାଘର ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବନବିଭାଗ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। ଖଣ୍ଡପଡ଼ା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ଯେ ମୃତ ବାଘର ଶରୀର ଭୁବନେଶ୍ୱର ସ୍ଥିତ ପରୀକ୍ଷାଗାରକୁ ପଠାଯିବ ।
ଅଧିକା ପଢନ୍ତୁ: ଘର ଭଡ଼ାକୁ କେନ୍ଦ୍ର କରି ରାଜଧାନୀରେ ହାଇଡ୍ରାମା, ଯୁବତୀଙ୍କୁ ପିଟିଲେ ମାଲିକ ଓ ତାଙ୍କ ପୁଅ