ଭୁବନେଶ୍ୱର: ଘର ଭଡ଼ାକୁ କେନ୍ଦ୍ର କରି ରାଜଧାନୀ ଭୁବନେଶ୍ୱରରେ ହାଇଡ୍ରାମା ଦେଖିବାକୁ ମିଳିଛି । ଖାରବେଳ ନଗରରେ ଘର ମାଲିକ ଏବଂ ତାଙ୍କ ଦୁଇ ପୁଅ ଭଡ଼ାଟିଆ ଯୁବତୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏ ନେଇ ଉଭୟ ପକ୍ଷରୁ ଖାରବେଳ ନଗର ଥାନାରେ ମାମଲା ରୁଜୁ ହୋଇଛି । ପୁଲିସ ମାମଲାର ଯାଞ୍ଚ ଆରମ୍ଭ କରିଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ୨ ଜଣ ଯୁବତୀଙ୍କୁ ମାଲିକ ଘର ଛାଡ଼ିବାକୁ କହିଥିଲେ । ଏ ନେଇ ପୂର୍ବରୁ ଉଭୟ ପକ୍ଷଙ୍କ ମଧ୍ୟରେ ବଚସା ହୋଇଥିଲା । ତେବେ ଗତକାଲି ଘର ମାଲିକ ଓ ତାଙ୍କର ଦୁଇ ପୁଅ ଯୁବତୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଯୁବତୀଙ୍କ ଉପରକୁ ଟାୟାର ଫୋପାଡ଼ିବା ସହିତ ତାଙ୍କ ଚୁଟି ଘୋଷାଡ଼ି ମାଡ଼ ମାରିଥିଲେ । ମାଡ଼ ମାରିବା ବେଳେ ହଷ୍ଟେଲରେ ରହୁଥିବା ଅନ୍ୟ ଯୁବତୀ ମୋବାଇଲରେ ଭିଡ଼ିଓ ଉତ୍ତୋଳନ କରିଥିଲେ ।
ଏ ନେଇ ଉଭୟ ପକ୍ଷ ଖାରବେଳ ନଗର ଥାନାରେ ଏତଲା ଦେଇଛନ୍ତି । ପୁଲିସ ପହଁଚି ସମ୍ପୃକ୍ତ ଭିଡ଼ିଓ ଏବଂ ସିସିଟିଭି ଫୁଟେଜକୁ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।