ଭୁବନେଶ୍ୱର : ଗିରଫ ହେଲେ ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଗିରଫ କରିଛି ଭିଜିଲାନ୍ସ। ବିଶ୍ୱନାଥ ପାତ୍ରଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ । ଜୟପୁରରେ ଥିବା ତିନି ମହଲା ଘର, ଗଂଜାମ ବେଲଗୁଣ୍ଠାରେ ଥିବା ଦୁଇ ମହଲା ପୈତୃକ ଘର , ଭୁବନେଶ୍ୱର ନିଳାଦ୍ରୀ ବିହାର ସ୍ଥିତ ସମ୍ପର୍କୀୟ ଘରେ,ଜୟପୁର ବ୍ଲକରେ ଥିବା କାର୍ଯ୍ୟାଳୟ, ଜୟପୁର ମୁନିସିପାଲିଟିରେ ଥିବା କାର୍ଯ୍ୟାଳୟରେ ଚଢାଉ କରିଥିଲା । ୨୦୧୬ ମସିହାରୁ ନିୟମିତ ଚାକିରିରେ ଥିଲେ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ର।
ଚଢ଼ାଉ ବେଳେ ୧ କୋଟି ଟଙ୍କାର ଜମା ଠାବ ହୋଇଥିଲା । ୧ କୋଟି ୫୫ ଲକ୍ଷ ଟଙ୍କାର ଘର ସହ ଦୁଇଟା କୋଠା ଓ ୧୮ ପ୍ଲଟର ମାଲିକ ବିଶ୍ୱନାଥ ପାତ୍ର । ସେହିପରି ଭୁବନେଶ୍ୱର ପ୍ରାଇମ ଲୋକେସନରେ ବିଶ୍ବନାଥନଙ୍କ ରହିଛି ୬ ଟି ପ୍ଲଟ । ୮୫୪ ଗ୍ରାମ ସୁନା ,୧୮୦୦ ଗ୍ରାମର ରୁପା ସହ ୭ ଲକ୍ଷ ୭୦ ହଜାର ଟଙ୍କାର ଘରକରଣ ସାମଗ୍ରୀ ଭିଜିଲାନ୍ସ ଟିମ୍ ଜବତ କରିଛି।
ସୂଚନାଯୋଗ୍ୟ ୨୦୧୧ ରେ ଆଡ଼ହକ ଆସିଷ୍ଟାଣ୍ଡ ଇଂଜିନିୟର ଭାବେ ବିଶ୍ବନାଥ ପାତ୍ର କାର୍ଯ୍ୟରେ ଯୋଗ ଦେଇଥିଲେ । ଏହାପରେ ୨୦୧୬ ରେ ଓପିଏସସି ଦେଇ ନିୟମିତ ହୋଇଥିଲେ ।