ଭୁବନେଶ୍ୱର : ରାଜ୍ୟରେ ପୁଣି ବାତ୍ୟା ହେବାର ସମ୍ଭାବନା। ଏଥିପାଇଁ ପ୍ରଶାସନିକ ସ୍ଥରରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହେଲାଣି। ୨୩ ରୁ ୨୮ ତାରିଖ ମଧ୍ୟରେ ବଙ୍ଗୋପ ସାଗରରେ ବାତ୍ୟା ସୃଷ୍ଟି ହେବା ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନୀ ଏଭଳ କିଛି ଆକଳନ କରୁଛନ୍ତି କିନ୍ତୁ ବାତ୍ୟାକୁ ନେଇ ଆଇଏମଡି ପକ୍ଷରୁ କୌଣସି ସୂଚନା ମିଳିନାହିଁ। ତେବେ ବାଂଲାଦେଶୀ ପାଣିପାଗ ବିଶେଷଜ୍ଞ ମୋସ୍ତାଫା କାମାଲ ପାଲା କହିଛନ୍ତି, ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇପାରେ। ମେ ୧୬ରୁ ୧୮ ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବାନା ରହିଛି। ଏହା ମେ ୨୩ ରୁ ୨୮ ମଧ୍ୟରେ ବାତ୍ୟାରେ ପରିଣତ ହୋଇପାର। କିଛି ପାଣିପାଗ ବିଶେଷଜ୍ଞ ‘ଶକ୍ତି’ ନାମକ ସମ୍ଭାବ୍ୟ ବାତ୍ୟା ଗଠନ ସମ୍ପର୍କରେ ସତର୍କ କରୁଛନ୍ତି। ସେମାନେ ସଚେତନ କରିଛନ୍ତି ଯେ ମେ ୨୩ ରୁ ୨୮ ମଧ୍ୟରେ ବଙ୍ଗୋପସାଗର ରେ ଏହି ବାତ୍ୟା ଗଠିତ ହେବାର ଶକ୍ତିଶାଳୀ ସମ୍ଭାବନା ରହିଛି।