ଭୁବନେଶ୍ୱର: ଆହୁରି ଖସିବ ରାତିର ତାପମାତ୍ରା। ବର୍ତ୍ତମାନ ରାଜ୍ୟରେ ପାଗ ଶୁଖିଲା ରହିଥିବା ବେଳେ ଶୀତର ତାପମାତ୍ରା ବଢିବ। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ‘ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। କଳାହାଣ୍ଡି, ସୁନ୍ଦରଗଡ଼ ଏବଂ କନ୍ଧମାଳରେ ଗୋଟିଏ-ଦୁଇଟି ସ୍ଥାନରେ ଘନ କୁହୁଡ଼ି ଦେଖାଯିବା ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟାରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ କମିବାର ସମ୍ଭାବନା ରହିଛି ।ଏହାପରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିପାରେ’।
ତେବେ ଏପଟେ ତାମିଲନାଡୁ ଏବଂ ପୁଡ଼ୁଚେରୀକୁ ବାତ୍ୟା ଭୟ ରହିଥିବା ଭାରତୀୟ ପାଣିପାଗ ବିଭାଗ-ଆଇଏମଡି ଆକଳନ କରିଛି । ଆଇଏମଡିର ପୂର୍ବାନୁମାନ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗ ଏବଂ ଦକ୍ଷିଣ ପୂର୍ବ ଶ୍ରୀଲଙ୍କା ପାଖରେ ସ୍ପଷ୍ଟ ଚିହ୍ନିତ ଏକ ଲଘୁଚାପ କ୍ଷେତ୍ର ରହିଛି । ଏହା ଆଜି ମଧ୍ୟରେ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇ ଉତ୍ତର ତାମିଲନାଡୁ ଏବଂ ପୁଡ଼ୁଚେରୀ ଉପରେ ବାତ୍ୟାରେ ପରିଣତ ହୋଇପାରେ ବୋଲି ପୂର୍ବନୁମାନ କରିଛି ପାଣିପାଗ ବିଭାଗ।