ଭୁବନେଶ୍ୱର ; ରାଜ୍ୟବାସୀଙ୍କୁ ପୁଣି ମିଳିଲା ତାତିରୁ ତ୍ରାହି। ସକାଳୁ ସକାଳୁ ଜାରି ରହିଛି କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଜୁଳି ଘଡଘଡି ସହିତ ମାଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ଏପରିକି କିଛି କିଛି ସ୍ଥାନରେ ୪୦ରୁ ୫୦ ବେଗରେ ପବନ ବୋହିବା ନେଇ ମଧ୍ୟ ସୂଚନା ଜାରି କରି ଆଞ୍ଚଳିକ ପାଣିପାଗ ବିଭାଗ। ତେବେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଏହିପରି ପାଗ ଅନୁଭୂତ ହେବା ନେଇ ପୂର୍ବାନୁମାନ କରାଯାଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ୧୨ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
ତେବେ ରାଜ୍ୟରେ କିଛି ଦିନ ହେବ ଅନବରତ ତାପମାତ୍ରା ବଢ଼ିବାରେ ଲାଗିଥିଲା। ଯାହାଫଳରେ ରାଜ୍ୟବାସୀ ଘରୁ ବାହାରକୁ ବାହାରିବା ପାଇଁ ବି ଚିନ୍ତା କରୁଥିଲେ। ଯେପରି ଏହା ତାତି ନୁହେଁ ଏକ ବଡ ସମସ୍ୟା। ତାଟିକୁ ଦୃଷ୍ଟିରେ ରଖି ମଧ୍ୟ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଗତକାଲି ରାତିରେ ପାଗ ବଦଳିବା ସହିତ ବିଭିନ୍ନ ଜିଲ୍ଲାରେ ମାଧ୍ୟମ ଧରଣର ବର୍ଷା ହୋଇଛି। ଏପରିକି ଆଜି ସକାଳୁ ମଧ୍ୟ ପାଗ କୋହଲା ରହିଛି।