ରାଜ୍ୟରେ ପ୍ରଦୂଷଣର ମାତ୍ର ବଢୁଥିବା ହେତୁ ବର୍ତ୍ତମାନ ସଙ୍କଟରେ ମହାନଦୀ। ମହାନଦୀର ଜଳ ଅନେକ ସ୍ଥାନରେ ବ୍ୟବହାର ଅନୁପଯୋଗୀ ଓ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ କହିଛନ୍ତି। ତେବେ ଏହାର ଜଳର ମାନକୁ ନେଇ ବର୍ତ୍ତମାନ ଉଦବେଗ ପ୍ରକାଶ ପାଇଛି। ତେବେ ଏଥିପାଇଁ ମହାନଦୀରେ କେହି ଗାଧଉ ନାହାନ୍ତି କି କୌଣସି ବ୍ୟକ୍ତି ମଧ୍ୟ ଏହାର ଜଳକୁ ପାନୀୟ ଜଳ ଭାବେ ବ୍ୟବହାର କରୁନାହାନ୍ତି। ତେଣୁ ବର୍ତ୍ତମାନ ପରିସ୍ଥିତିରେ ସବୁଠାରୁ ବଡ ସମସ୍ୟା ସାଜିଛି ମହାନଦୀର ଜଳ
ସୂଚନା ଅନୁସାରେ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀଙ୍କ କହିବା ମୁତାବକ ମହାନଦୀର ଜଳ ପିଇବା ତ ଦୂରର କଥା ଗାଧୁଆ ପାଇଁ ମଧ୍ୟ ଯୋଗ୍ୟ ନୁହେଁ। ତେବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଫେବୃଆରୀରେ ସମ୍ବଲପୁରର ୪ଟି ସ୍ଥାନରୁ ମହାନଦୀ ଜଳ ନମୁନା ପରୀକ୍ଷା କରାଯାଇଥିଲା। ଏହାପରେ ଜଣାପଡିଥଲା ଯେ କେତେ ପରିମାଣରେ ପ୍ରଦୂଷିତ ହୋଇ ରହିଛି ମହାନଦୀ। ତେଣୁ ଏହାର ଜଳ ଯେଉଁମାନେ ବ୍ୟବହାର କରୁଛନ୍ତି ସେମାନେ ଜଣ୍ଡିସ ରୋଗରେ ପୀଡିତ ହେଉଛନ୍ତି କାରଣ ଏହି ଜଳରେ ବିପୁଳ ପରିମାଣରେ ଜଣ୍ଡିସ ସୃଷ୍ଟିକାରୀ ବ୍ୟାକ୍ଟେରିଆ ରହିଛନ୍ତି। ବିଭିନ୍ନ ନଦୀର ଜଳ ଏବଂ ପ୍ରଦୂଷିତ ସାମଗ୍ରୀ ଆସି ମିଶୁଥିବାରୁ ଏହାର ଜଳ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି। ତେଣୁ ଏହାକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କିଛି ବ୍ୟବସ୍ଥା କରାଯାଉଛି କିପରି ମହାନଦୀର ଜଳ ସବୁବେଳେ ପରିସ୍କାର ହୋଇ ରହିବ।