ପେଟର ଭୋକ ମେଣ୍ଟାଇବା ପାଇଁ ୨୦ କିମି ଚାଲିଲେ ଛାତ୍ର । ହାତୀ, ବାଘ ଆଉ ଅନ୍ଧାର ଭୟଠୁ ବି ଅଧିକ କଷ୍ଟ ଦାୟକ ପେଟର ଭୋକ । କଥାରେ ଅଛି ପେଟ ପାଇଁ ନାଟ । ସେହି ପେଟର ଭୋକକୁ ଲାଘବ କରିବା ପାଇଁ ସମସ୍ତେ କାର୍ଯ୍ୟ କରିଥାନ୍ତି । କିନ୍ତୁ ଭୋକ ସହି ନପାରି ନିଜର କଷ୍ଟକୁ ପ୍ରକାଶ କରିବା ପାଇଁ ସେବାଶ୍ରମ ବିଦ୍ୟାଳୟର ୧୫ ଛାତ୍ର ରାତି ୩ଟାରୁ ୨୦କିମି ଚାଲିଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ । କିନ୍ତୁ ଦ୍ବିତୀୟ ଶନିବାର ପାଇଁ ସରକାରୀ ଛୁଟି ଥିବା ଯୋଗୁ ପିଲାମାନେ ଜିଲ୍ଲାପାଳଙ୍କୁ ଭେଟି ପାରିନଥିଲେ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାରେ ।
ସମସ୍ତ ଭୟକୁ ଦୂରକରି ବଡ ଆଶା ଧରି ରାତି ୩ରୁ ହଷ୍ଟେଲର କାନ୍ଥ ଡେଇଁ ବାହାରିଲେ । ପ୍ରାୟ ୨୦କିମି ଚାଲିଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ । ପଡେ ପଡେ ବିପଦକୁ ବେଖାତିର କରି ଜିଲ୍ଲାପାଳଙ୍କୁ ଗୁହାରି ଜଣେଇବାକୁ ଯାଇଥିଲେ । କିନ୍ତୁ ସରକାରୀ ଛୁଟି ଥିବା ଯୋଗୁ ପିଲାମାନେ ଜିଲ୍ଲାପାଳଙ୍କୁ ଭେଟି ପାରିନଥିଲେ ଛାତ୍ରମାନେ । ଏହା ପରେ ବି ନିରାଶ ନହୋଇ ଶେଷରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଭେଟି ତାଙ୍କ ଦୁଃଖକୁ ପ୍ରକାଶ କରିଥିଲେ ରାୟଗଡା ବ୍ଲକ ଜେମାଦେଈପେଣ୍ଠ ପଞ୍ଚାୟତ ବଡରାଇସିଂ ସେବାଶ୍ରମର ଛାତ୍ରମାନେ ।
ଅଭିଯୋଗରେ ଛାତ୍ରମାନେ କହିଛନ୍ତି ସ୍କୁଲରେ ଖାଇବାକୁ ଦେବା ବଦଳରେ ଦିଆଯାଉଛି ନିର୍ଯାତନା । ଏଥିସହ କିଭଳି ନିର୍ଯାତନା ଦିଆଯାଉଛି ତାହା ମଧ୍ୟ ସବୁ ବଖାଣିଛନ୍ତି।ଖାଲି ସେତିକି ନୁହେଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ପିଲାମାନଙ୍କୁ ସ୍କୁଲର ସବୁ କାମ କରାଉଛନ୍ତି । ପିଲାମାନଙ୍କୁ ତେଲୁଗୁ ଭାଷାରେ ପଢାଇ ପ୍ରଶ୍ନ ପଚାରୁଛନ୍ତି ଯଦି ଉତ୍ତର ନ ଦେଉଛନ୍ତି ଅଯଥାରେ ମାଡ଼ ମାରୁଥିବା ଅଭିଯୋଗ ହୋଇଛି । ପିଲାମାନଙ୍କ ଏହି ଅଭିଯୋଗ ଶୁଣି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଅଧିକ ପଢନ୍ତୁ :ପୁଅକୁ କାନ୍ଧରେ ଧରି ବୋହି ନେଲେ ଶ୍ରୀକ୍ଷେତ୍ର