ହୀରାକୁଦରେ ଅଣାୟତ ହେଲାଣି ଝାଡାବାନ୍ତିର ସମସ୍ୟା। ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲାଣି ୩ ଜଣଙ୍କ ଜୀବନ। ଜନସ୍ଵାସ୍ଥ୍ୟ ବିଭାଗର ଏପରି ବେପରୁଆ କାର୍ଯ୍ୟ ପାଇଁ ଏପରି ଘଟଣା ଘଟିଥିବା ଅଭିଯୋଗ ହେଉଛି। ତେଣୁ ଏ ନେଇ ଜନସ୍ଵାସ୍ଥ୍ୟ ବିଭାଗ ୨ ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏପରିକି କେଉଁ କାରଣରୁ ଡାଇରିଆ ବଢୁଛି ତାହାର ମଧ୍ୟ ତଦନ୍ତ କରାଯାଉଛି ବୋଲି କହିଛନ୍ତି ଜନସ୍ଵାସ୍ଥ୍ୟ ବିଭାଗର ମୁଖ୍ୟ।
ସୂଚନା ଅନୁସାରେ, ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି ଝାଡାବାନ୍ତିର ସମସ୍ୟା। ଏହି ସମସ୍ୟାରେ ଆକ୍ରାନ୍ତ ହୋଇ ତିନି ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଝାଡାବାନ୍ତି ରୋଗ ବଢିବା ହେତୁ ସ୍ଥାନୀୟ ବାସିନ୍ଦା ବେଶ ଭୟଭୀତ ରହୁଛନ୍ତି। ଏପରିକି ଝାଡାବାନ୍ତିରେ ମୃତ୍ୟୁ ସଂଖ୍ୟା ବଢୁଥିବା ହେତୁ କରି ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ କରୁଛି କି ଜନସ୍ୱାସ୍ଥ୍ୟ ବିଭାଗ। ଏହାସହିତ ଏହି ମାମଲାକୁ ନେଇ ୨ ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଛି ଜନସ୍ଵାସ୍ଥ୍ୟ ବିଭାଗ। ସେହିପରି ଆଜି ମଧ୍ୟ ଢେଙ୍କାନାଳରେ ଡାଇରିଆରେ ଆକ୍ରାନ୍ତ ହୋଇ ୨ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି। ଏଥିପାଇଁ ସବୁଆଡେ ଏବେ ଚିନ୍ତା ଘାରିଲାଣି ଝାଡାବାନ୍ତିର ସମସ୍ୟା।