ଜମିଜମା ବିବାଦକୁ ନେଇ ରାଜଧାନୀରେ ୫ ଦିନ ଧରି ଗୃହବନ୍ଦୀ ମାଆ ପୁଅ
Khabar Odisha:The-mother-and-son-have-been-detained-for-five-days-in-the-capital-over-a-land-dispute

ଭୁବନେଶ୍ୱର, ଜାନୁଆରୀ ୧(ଖବର ଓଡ଼ିଶା): ରାଜଧାନୀରେ ଅଭାବନୀୟ ଘଟଣା । ଜମିଜମା ବିବାଦକୁ ନେଇ ୫ ଦିନ ଧରି ଗୃହ ବନ୍ଦୀ ମାଆ ପୁଅ । ଘର ଭିତରେ ମା’ ପୁଅ ରହିଥିବା ବେଳେ ବାହାର ଲୋକ ଆସି ତାଲା ପକାଇ ଦେଇଥିବା ଅଭିଯୋଗ ହୋଇଛି ।

ଏହି ମାମଲାରେ ସବୁଠାରୁ ବଡ଼ ବିଡ଼ମ୍ବନାର କଥା ହେଲା ଏ ସବୁ ଘଟଣା ବାବଦରେ ପୋଲିସ୍ ଅବଗତ ଥାଇ ବି ଦୀର୍ଘ ୫ ଦିନ ହେଲା ଗୃହ ବନ୍ଦୀ ହୋଇ ରହିଛନ୍ତି ୭୬ ବର୍ଷୀୟା ବୃଦ୍ଧା ଓ ତାଙ୍କ ପୁଅ ।

ଭୁବନେଶ୍ୱର ସିଆରପି ଛକ ନିକଟସ୍ଥ ପ୍ରୀୟଦର୍ଶିନୀ ମାର୍କେଟ ପଛପଟେ ଏଭଳି ଏକ ଘଟଣା ଘଟିଥିବା ବେଳେ ଏବେବି ବନ୍ଦୀ ଅବସ୍ଥାରେ ମା’ ପୁଅ ।

ଜମିବାଡି ମାମଲାକୁ ନେଇ କୌଣସି ଆଇନ୍‌ଗତ ସମସ୍ୟା ରହିଥିବା ଅନୁମାନ କରାଯାଉଥିବା ବେଳେ ନିଜ ଘରେ ନଜେ ବନ୍ଦୀ ହୋଇ ରହିବା ପରେ ବି ପୋଲିସ୍ ଏନେଇ କିଛି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ ହୋଇଛି ।

  • Tags:

Subscribe

National International State Sports Entertainment