ମେଳା ବୁଲିବାକୁ ଯାଇ ଆଉ ଘରକୁ ଫେରିଲେନାହିଁ ୨ସାଙ୍ଗ। ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୨ଜଣକ ଜୀବନ। ତେବେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ୧୬ନମ୍ବର ଜାତୀୟ ରାଜପଥ ପାଣିକୋଇଲି ଥାନା ନିକଟରେ ଘଟିଛି। ଦୁର୍ଘଟଣାରେ ଚାଲିଯାଇଥିବା ଦୁଇଜଣ ଯୁବକ ଯାଜପୁର ଜିଲ୍ଲା ଭଣ୍ଡରିପୋଖରୀ ଅଞ୍ଚଳର ଆଦିତ୍ୟ ନାରାୟଣ ମିଶ୍ର ଓ ଗଦାଧର ମହାଳିକ ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ଗତକାଲି ଆଦିତ୍ୟ ଓ ଗଦାଧର ଦୁହେଁ ବାଇକରେ ପାଣିକୋଇଲିକୁ ମେଳା ବୁଲିବାକୁ ଯାଇ ନିଜ ଘର ଭଣ୍ଡରିପୋଖରୀକୁ ଫେରୁଥିଲେ। ସେହି ସମୟରେ ୧୬ନମ୍ବର ଜାତୀୟ ରାଜପଥ ପାଣିକୋଇଲି ଥାନା ନିକଟରେ ବାଇକଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନ୍ୟଜଣେ ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା। ଚିକିତ୍ସା କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହି ଦୁର୍ଘଟଣା ଘଟିବ ପରେ ମେଡିକାଲ ପରିସର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।