ବାଦାମବାଡ଼ି ପୁରୁଣା ବସଷ୍ଟାଣ୍ଡରେ ଧାରଣାରେ ବସିଛନ୍ତି ଡ୍ରାଇଭର ଓ କଣ୍ଡକ୍ଟର। ସେମାନଙ୍କର ମାସକର ଦରମା ମିଳି ନଥିବାରୁ ଓଏସଆରଟିସି ଡ୍ରାଇଭର ସଂଘ ପ୍ରତିବାଦରେ ରାସ୍ତା ଉପରେ ବସିଛନ୍ତି। ସକାଳୁ ସକାଳୁ ସେମାନେ ରାଜରାସ୍ତାରେ ସେମାନଙ୍କର ଦାବି ନେଇ ବସିରହିଛନ୍ତି। ତୁରନ୍ତ ସେମାନଙ୍କର ଦରମା ମିଳୁ ବୋଲି ସେମାନେ ସରକାରୀଙ୍କ ନିକଟରେ ଦାବି ରଖିଛନ୍ତି।
ସୂଚନା ଅନୁସାରେ , ମାସକର ଦରମା ମିଳି ନଥିବାରୁ ବାଦାମବାଡ଼ି ପୁରୁଣା ବସଷ୍ଟାଣ୍ଡରେ ଧାରଣାରେ ବସିଛନ୍ତି ଡ୍ରାଇଭର ଓ କଣ୍ଡକ୍ଟର। ତେବେ ସକାଳୁ ସକାଳୁ ସେମାନେ ରାଜରାସ୍ତାରେ ସେମାନଙ୍କର ଦାବି ନେଇ ବସିରହିଛନ୍ତି। ତେବେ ଡ୍ରାଇଭର ଓ କଣ୍ଡକ୍ଟର ଉଭୟ କର୍ମଚାରୀଙ୍କ ପ୍ରତିବାଦ ପାଇଁ ସରକାରୀ ବସ ଚଳାଚଳ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଛି। ଏହି କର୍ମଚାରୀମାନଙ୍କୁ ଏକ ଘରୋଇ ଠିକା ସଂସ୍ଥା ପକ୍ଷରୁ ନିଯୁକ୍ତ କରାଯାଇଥିବା ବେଳେ ସେମାନଙ୍କୁ ଫେବ୍ରୁଆରୀ ମାସର ଦରମା ମିଳି ନାହିଁ। ଯାହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡ୍ରାଇଭର ଓ କଣ୍ଡକ୍ଟର। ଏପରିକି ଯଦି ସେମାନଙ୍କର ଦାବି ଶୀଘ୍ର ପୂରଣ ନ ହୁଏ ତେବେ ଏହି ଆନ୍ଦୋଳନ ଆହୁରି ଉଗ୍ର ରୂପ ନେବ ବୋଲି କହିଛନ୍ତି ଓଏସଆରଟିସି ଡ୍ରାଇଭର ସଂଘ।