ରାଜସ୍ଥାନର କୋଟାରେ ଜଣେ ଛାତ୍ର ନିଖୋଜ ଅଛି । କେତେବେଳେ କୋଟାରୁ ଛାତ୍ର ମୃତ୍ୟୁ ଖବର ତ ପୁଣି କେତେବେଳେ ଛାତ୍ର ନିଖୋଜ ଖବର ସାମ୍ନାକୁ ଆସୁଛି । ସୂଚନା ଅନୁସାରେ, ସୋମବାର ଠାରୁ କୋଟାରେ NEET ପାଇଁ କୋଚିଂ ନେଉଥିବା ଜଣେ ଛାତ୍ର ନିଖୋଜ ଅଛି ବୋଲି ଅଭିଯୋଗ ହୋଇଛି । ଛାତ୍ର ଜଣକ ହଷ୍ଟେଲ ଛାଡିବା ପୂର୍ବରୁ ପରିବାର ଲୋକଙ୍କୁ ଏକ ମେସେଜ କରିଥିଲେ । ଯେଉଁ ମେସେଜରୁ ପରିବାର ଲୋକ ଛାତ୍ରର ନିଖୋଜ ହୋଇଥିବାର ଖବର ପାଇଥିଲେ । ପୁଅର ଏହି ମେସେଜ ଦେଖିବା ପରେ ପରିବାର ଲୋକ ପୁଅକୁ ଖୋଜାଖୋଜି କରିଥିଲେ । ଖବର ପାଇ, ପୋଲିସ ଘଟଣାର ତଦନ୍ତ କରିବା ସହିତ ନିଖୋଜ ଛାତ୍ରଙ୍କୁ ଖୋଜାଖୋଜି କରୁଛି ।