ଜୀବନ ହେଉଛି ପାଣି ଫୋଟାକା ପରି । କେତେବେଳେ କଣ ହେବ କେହି କହିପାରିବେନି । ଆଜି ଅଛି କାଲି ନାହିଁ । ସେଥିପାଇଁ ତ କବିବର ରାଧାନାଥ ରାୟ କହିଛନ୍ତି ‘ଯେ କେହି ରହି ନାହିଁ ରହିବେ ନାହିଁ ଏ ଭଗ ରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡିବେ କାଳ ବେଳେ’ । ଏହା କହିବାର ପ୍ରସଙ୍ଗ ହେଉଛି ଯେ ଏ ପୃଥିବୀ ଗୋଟେ ରଙ୍ଗଭୂମି ଆଉ ମଣିଷ ହେଉଛି ଗୋଟେ ଅଭିନେତା । ଆଉ କାହାର କେତେବେଳେ ଅଭିନୟ ସରିବ କେହି ପାରିବେନି । ମଣିଷ ବେଳେ ବେଳେ ମନରେ ଅନେକ କଥା ଭାବିଥାଏ ହେଲେ ସମୟ ଆଉ ପରିସ୍ଥିତି ତାକୁ ସେ ସବୁ କରିବାକୁ ଦିଏନାହିଁ । ମଣିଷ ପରିସ୍ଥିତିରେ ପଡି ଅନେକ ଭୁଲ କାମ କରିଥାଏ । ମଣିଷ କୁ ବେଳେ ବେଳେ ହତାସ ହେବାକୁ ପଡିଥାଏ । ଆଉ ଠିକ ସେହି ଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ତାଳଚେରର ଗୋପାଳ ପ୍ରସାଦ ଅଂଚଳରେ । ଯାହାକୁ ଶୁଣିଲେ ଆପଣଙ୍କ ଆଖିକୁ ଲୁହ ପଳାଇ ଆସବ । ଝିଅ ଟିଏ ସବୁ ବେଳେ ମା କୁ କହୁଥିଲା ଦେଖ ମା ମୁଁ ଦିନେ ନା ବଡ ଅଫିସର୍ ଟେ ହେବି l ଆଉ ତୁ ମୋତେ ଦେଖିକି ନା ବହୁତ୍... ଖୁସି ହେବୁ ଆଉ ଗର୍ବ କରିବୁ l ଜାଣିଛୁ ମା ମୁଁ ପାଠ ପଢି ନା cybar ଏକ୍ସପୋର୍ଟ ହେବି ସେଥି ପାଇଁ ତ ମୁଁ MCA ପାଠ ପଡୁଛି l ଦେଖ୍ ମା ତୁ ଜମା ବି ଦୁଃଖ କରିବୁନି ମୁଁ ଚାକିରି କଲେ ଆମର ସବୁ ଦୁଃଖ ଦୂର ହୋଇଯିବ, ହେଲେ ସେସବୁ କଥା ଆଉ ସ୍ୱପ୍ନ ଆଜି ଯେମିତି ପାଣିରେ କେଉଁ ଅଫେରା ସମୁଦ୍ରକୁ ଭାସି ଚାଲି ଯାଇଛି | ଝିଅର ସେ କଥା ଆଜି ଆଉ ଶୁଣିବାକୁ ମିଳୁନାହିଁ, ହଁ ଆଜ୍ଞା, ଏସବୁ ଆମେ କହୁନୁ ଆଜ୍ଞା ଏ ସବୁ ସ୍ୱପ୍ନ ଦେଖୁଥିବା ଜସ୍ମିନ୍ ତା ମା କୁ କହିଥିଲା l ଆଉ ଦିନ ରାତି ପାଠ ପଢି ବଡ ଅଫିସର୍ ହେବାର ସ୍ଵପ୍ନ ଦେଖୁଥିବା ଝିଅ ଟା ଆଜି ସବୁ ଦିନ ପାଇଁ ଅଫେରା ରାଇଜକୁ ଚାଲିଗଲା l ନିଜର ଗେଲ୍ଲା ଝିଅ ଆର ପାରିକୁ ଚାଲିଯିବା ପରେ ମୁଣ୍ଡ ଗଡ଼ାଇ କାନ୍ଦୁଛି ମା l ସେ ପରା ମା, ଦଶ ମାସ ଦଶ ଦିନ ଗର୍ଭରେ ଧରି ଜନ୍ମ ଦେଇଛି, ତା ମନ ଟା ବୁଝିବ ବା କେମିତି?.... ଝିଅ କହିଥିବା ପ୍ରତ୍ୟେକ କଥା କୁ ମନେ ପକେଇ ଲୁହ ଝରାଇ କାନ୍ଦୁଛି ମା l ଆଉ ଏପଟେ ଝିଅ ଜସ୍ମିନ୍ ନିଜ ଜୀବନ ହାରି ଦେଇଛି ।
ସୂଚନା ଅନୁସାରେ, ଗତ ୬ ତାରିଖ ଦିନ ତାଳଚେର୍ ଗୋପାଳପ୍ରସାଦ ଅଞ୍ଚଳର ସନ୍ତୋଷ ସାହୁ ଙ୍କ ଝିଅ ଜସ୍ମିନ ସାହୁଙ୍କ ମୃତ ଦେହ ହଷ୍ଟେଲ୍ ରୁ ଉଦ୍ଧାର କରିଛି ପୋଲିସ । ତେବେ ଝିଅ ର ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପରିବାର ଲୋକେ l କାରଣ ଜସ୍ମିନ୍ ଅତ୍ୟନ୍ତ ଶାନ୍ତ ଓ ନମ୍ର ପ୍ରକୃତିର ଝିଅ । ଯିଏ କି ନିଜର ଉଜ୍ୱଳ ଭବିଷ୍ୟତ ପାଇଁ ଦିନ ରାତି ଏକ୍ କରି ପାଠ ପଢ଼େ l ଆଉ ନିଜର ଘର ଛାଡି ଅନୁଗୁଳର କ୍ରିଏଟିଭ୍ ଟେକ୍ନୋ କଲେଜ ହଷ୍ଟେଲ୍ ର ରହି ପାଠ ପଡୁଥିଲା l ହେଲେ ସେ ଭାବୁଥିବ ସବୁ ସ୍ୱପ୍ନ ଆଜି ମାଟି ରେ ମିଶିଗଲା l ତେବେ ନିଜର ଉଜ୍ୱଳ ଭବିଷ୍ୟତ ପାଇଁ ହଷ୍ଟେଲ୍ ରେ ରହି ପାଠ ପଡୁଥିବା ଜସ୍ମିନ୍ ର ମୃତ୍ୟୁ ପୂରା ଅସ୍ପଷ୍ଟ ।ଏ ନେଇ ଅନୁଗୁଳ ଥାନା ପୁଲିସ ଘଟଣା ର ତଦନ୍ତ ଚଳାଇଛି l ତେବେ ପୁଲିସ ର ତଦନ୍ତ ପରେ ଏହା ହତ୍ୟା କି ନାହିଁ ତାହା ଜଣାପଡିବ |
ଅଧିକା ପଢନ୍ତୁ:ଆସନ୍ତା କାଲି ମୋଦିଙ୍କ ହେବ ରୋଡ ସୋ :ରାଜଧାନୀରେ କଡା ସୁରକ୍ଷା