ଝାରସୁଗୁଡ଼ା ଜିଲ୍ଲାରେ ଚାଞ୍ଚଲ୍ୟ। କାର ଭିତରେ ପଡ଼ି ରହିଛି ତିନି ଜଣଙ୍କ ଗୁଳି ବିଦ୍ଧ ମୃତଦେହ। ମୃତକଙ୍କ ମଧ୍ୟରେ ଜଣେ ମହିଳା, ଜଣେ ଛୋଟ ଝିଅ ଓ ଜଣେ ବ୍ୟକ୍ତି ରହିଛନ୍ତି। ମୃତକ ମାନେ ଗୋଟିଏ ପରିବାରର ବୋଲି ସୁଚନା ମିଳିଛି। ତେବେ ଏହି ଅଭାବନୀୟ ଘଟଣା ଲଖନପୁର ଥାନା ଆଦର୍ଶ ବିଦ୍ୟାଳୟ ନିକଟ ମିନି ଷ୍ଟଡିୟମରେ ଭିତରେ ଘଟିଛି। ମୃତ ବ୍ୟକ୍ତି ଜଣକ ବ୍ରଜରାଜନଗର ଓରିଏଣ୍ଟ ଥାନା ଅଂଚଳର ସୁଜିତ୍ ରାୟ ବୋଲି ପ୍ରାଥମିକ ସୁଚନାରୁ ଜଣାପଡିଛି। ସୁଜିତ୍ ବେଦାନ୍ତର କୌଣସି କମ୍ପାନୀରେ କାମ କରୁଥିଲେ।
ସୂଚନା ଅନୁସାରେ, ଗତ ରାତିରେ କାର ଭୀତରେ ପତ୍ନୀ ଖୁସବୁ ରାୟ ଓ ଝିଅ ଅର୍ପିତା ରାୟକୁ ଗୁଳି କରି ହତ୍ୟା କରିବା ପରେ ସୁଜିତ୍ ଆତ୍ମ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ପୋଲିସକୁ ଗାଡ଼ିରେ ବନ୍ଧୁକ , ୩ଟି ଖୋକା ଆଦି ଜିନିଷ ମିଳିଛି। ତେବେ ସୁଜିତ୍ ରାୟଙ୍କ ଫୋନେ ରେକର୍ଡରୁ ଜଣାପଡିଛି ଯେ ସେ ଅନଲାଇନ ଗେମିଙ୍ଗ ଆପ ରେ ଗତ ୩ ମାସ ମଧ୍ୟରେ ସାଢେ ଚାରି ଲକ୍ଷ ଟଙ୍କାର ଲସ କରିବା ସହ ଅନେକ ସ୍ଥାନରୁ ଲୋନ ନେଇଥିଲେ। ଯାହାଫଳରେ ଲୋନ ଶୁଝିବା ଭୟରେ ସେ ଜୀବନ ହାରିଥିବା ନେଇ ସନ୍ଦେହ କରାଯାଉଛି। ତେଣୁ ଏ ନେଇ ଅଧିକ ତଦନ୍ତ ଜାରି ରହିଛି ପୋଲିସ।