ବଙ୍ଗାମୁଣ୍ଡା ଅଞ୍ଚଳରେ ପୁଣି ବ୍ଲାକ୍ ପଲସର ଆତଙ୍କ । ପୁଣି ପୋଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି ଲୁଟେରା । ଦିନ ଦ୍ଵିପ୍ରହରରେ ଏସଏଚଜି ମହିଳାଙ୍କ ଠାରୁ ଝାମ୍ପି ନେଇଗଲେ ଟଙ୍କା । ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ୫୦ ହଜାର ଟଙ୍କା ଲୁଟ୍ କରି ଫେରାର ମାରିଛନ୍ତି ଲୁଟେରା। ବଙ୍ଗୋମୁଣ୍ଡା ସ୍ଥିତ ଷ୍ଟେଟ ବ୍ୟାଙ୍କ ଶାଖାରୁ ବଙ୍ଗୋମୁଣ୍ଡା ଥାନା ଗନ୍ଧରାବନ୍ଧ ଗ୍ରାମର ମାଁ ବନ ଦୁର୍ଗା ସ୍ୱୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ଅର୍ଣ୍ଣପୂର୍ଣା ପୁଟେଲ ଏବଂ ସଂପାଦିକା ରିତା ବାଗ ୫୦ ହଜାର ଟଙ୍କା ଉଠାଇ ଫେରୁଥିବା ବେଳେ ଆମ୍ବେଦକର ଛକ ନିକଟ ନବଦୁର୍ଗା କପଡା ଦୋକାନ ନିକଟରୁ ସେମାନଙ୍କୁ ଛକି ରହିଥିଲେ ଲୁଟେରା । ଏକ ବାଇକରେ ୩ ଜଣ ଲୁଟେରା ଆସି ଆଖ୍ ପିଛୁଳାକେ ଟଙ୍କା ବ୍ୟାଗ୍ ଟିକୁ ଛଡାଇ ଫେରାର ମାରିଥିଲେ ।
ଏପଟେ ବ୍ୟାଙ୍କରୁ ଟଙ୍କା ଉଠାଣ କରି ଚାଲି ଚାଲି ଫେରୁଥିବା ବେଳେ ଟଙ୍କା ଲୁଟି ନେଇ ଦୁର୍ବୃତ୍ତମାନେ ଫେରାର ହେବା ଘଟଣା ଏବେ ସମଗ୍ର ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି । ଏହି ଘଟଣାପରେ ମହିଳା ମାନେ ତୁରନ୍ତ ବଙ୍ଗାମୁଣ୍ଡା ଥାନାରେ ପହଁଚି ଏନେଇ ଅଭିଯୋଗ କରିବା ପରେ ବଙ୍ଗୋମୁଣ୍ଡା ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଅଧିକା ପଢନ୍ତୁ:କାର ଭିତରୁ ୩ଟି ମୃତଦେହ ଉଦ୍ଧାର