ବିପୁଳ ପରିମାଣରେ କପ୍ ସିରଫ ଜବତ । ଲଗାତାର ଭାବେ ବଢିଚାଲିଛି କଫ ସିରଫ ଚୋରାଚାଲାଣ । ଚୋରା ବ୍ୟବସାୟୀମାନେ କଫ ସିରଫ ଚୋରାଚାଲାଣ କରି ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଉଛନ୍ତି । ଶେଷରେ ଚୋରା ବ୍ୟବସାୟୀଙ୍କୁ କବ୍ଜା କଲା ପୋଲିସ । ପୋଲିସକୁ ମିଳିଲା ବଡ ସଫଳତା । ଏଭଳି ଘଟଣା ସାମ୍ନାକୁ ଆସିଛି ରାଉରକେଲାରେ ।
ସୂଚନା ଅନୁଯାୟୀ,ରାଉରକେଲା ତୁରେକେଲାରେ ଅନେକ ଦିନ ହେଲା ବେଆଇନ ଭାବେ କଫ ସିରଫ ବ୍ୟବସାୟ କରାଯାଉଥିବା ପୋଲିସ ଜାଣିବାକୁ ପାଇଥିଲା । ଏହାପରେ ତୁରେକେଲା ପୋଲିସ ଅଧିକାରୀ ଏକ ଟିମ ଗଠନ କରି ଅନେକ ସ୍ଥାନରେ ଚଢ଼ଉକରିଥିଲେ । ଚଢ଼ଉବେଳେ ସେମାନଙ୍କ ଠାରୁ ୧୦୪ ବୋତଲ କଫ ସିରଫ, ୨୫ ଷ୍ଟ୍ରିପ ନିଟ୍ରସମ ନିଶା ଔଷଧ ସହ ନଗତ ଟଙ୍କା ଓ ମୋବାଇଲ ଫୋନ ଜବତ କରିଛି ପୋଲିସ । ଏଥିସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।