ଭୁବନେଶ୍ୱର: ବୁଲା ଗୋରୁଙ୍କୁ ଥଇଥାନ କରି ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ନୂଆ ଯୋଜନା ଆଣୁଛନ୍ତି । ବୁଲା ଗୋରୁଙ୍କ ଯତ୍ନ ନେଲେ ସରକାର ବର୍ଷକୁ ୨୦ ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦେବେ । ଏଥିସହ ଗୋଶାଳା ନିର୍ମାଣ କରିବାକୁ ୫୨ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବା ନେଇ ଘୋଷଣା କରିଛନ୍ତି ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।
ମନ୍ତ୍ରୀ କହିଛନ୍ତି, ଭୁବନେଶ୍ୱର ସମେତ ଅନ୍ୟ ପୌରାଞ୍ଚଳକୁ ବୁଲାଗୋରୁ ମୁକ୍ତ କରାଯିବ । ଗାଈ ଓ ଷଣ୍ଢଙ୍କୁ ଉଦ୍ଧାର କରାଯାଇ ଗୋଶାଳାରେ ରଖାଯିବ । ରାଜଧାନୀକୁ ବୁଲା ଗୋରୁଗାଈ ମୁକ୍ତ କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ତଥାପି ମାଳମାଳ ଗୋରୁ ଗାଈ ରାସ୍ତାରେ ବୁଲୁଛନ୍ତି । ଆଗକୁ ପ୍ରବାସୀ ଭାରତୀୟ ସମ୍ମିଳନୀ ରହିଛି, ଏହାପୂର୍ବରୁ ବୁଲାଗୋରୁଗାଈଙ୍କୁ ହଟାଇବାକୁ ବିଏମସିକୁ ନିର୍ଦ୍ଦେଶ ଦିଆଯାଇଛି ।