ଭୁବନେଶ୍ୱର : ପୁଣି ଉପରମୁହାଁ ହେଲା ତାତି।କଲବଲ ହେବେ ରାଜ୍ୟ ବାସୀ। ଆଜି ପ୍ରବଳ ତାପମାତ୍ରା ବଢିବା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ଆଜି ୫ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା। ସେହିପରି ଗ୍ରୀଷ୍ମ ପ୍ରବାହ ନେଇ ୮ ତାରିଖ ପାଇଁ ୧୧ ଜିଲ୍ଲାକୁ ଏବଂ ୯ ତାରିଖରେ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏପରିକି ୧୦ ତାରିଖ ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ୨୪ ଘଣ୍ଟା ପରେ ପରବର୍ତ୍ତୀ ୨ ଦିନ ମଧ୍ୟରେ ପୂର୍ବ ଭାରତରେ ୩ରୁ ୫ ଡିଗ୍ରୀ ଯାଏ ବଢିବ ତାତି।