ଭୁବନେଶ୍ୱର :ଆଜି ଅପରାହ୍ନ ୪ଟାରେ ବାଜିବ ସାଇରନ । ସତର୍କ ହେବେ ଜନତା । ଯୁଦ୍ଧ ସମୟରେ କିପରି ରହିବେ ସଜାଗ ସଚେତନ କରିବେ ସୁରକ୍ଷାକର୍ମୀ। ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ଆଜି ଓଡ଼ିଶାର ୧୨ଟି ସ୍ଥାନରେ ହେବ ମକଡ୍ରିଲ୍ । ରାଜ୍ୟର ୧୨ଟି ଜିଲ୍ଲାରେ ହେବା ପରେ ଆଗକୁ ଗାଁରେ ବି ହେବ ମକଡ୍ରିଲ୍ । ଯୁଦ୍ଧ ସମୟରେ କ’ଣ କରିବାକୁ ପଡେ, ତା ଉପରେ ଆଡଭାଇଜରୀ ମଧ୍ୟ ଆସିବ । ଓଡ୍ରାଫ, ଅଗ୍ନିଶମ, ଓଡ଼ିଶା ପୋଲିସ, ଅର୍ଦ୍ଧ ସାମରିକ ବାହିନୀଙ୍କର ମକଡ୍ରିଲ୍ରେ ଭୂମିକା ରହିବ । ତେବେ ଜନସାଧାରଣ ଭୟଭୀତ ହେବାର କୌଣସି କାରଣ ନାହିଁ । ଏଭଳି ପରିସ୍ଥିତିରେ ଆମକୁ ସଜାଗ ରହିବା ସହ ସାମ୍ନା କରିବାକୁ ପଡ଼ିବ ବୋଲିସରକାରଙ୍କ ପକ୍ଷରୁ କୁହାଯାଇଛି । ଆଜିଠାରୁ ମକଡ୍ରିଲ ହେବଏହା ୭ ଦିନ ଧରି ଚାଲିବ। ମକ୍ଡ୍ରିଲ ସମୟରେ ୫ ମିନିଟ୍ ଧରି ବାଜିବ ସାଇରନ୍ । ଏନେଇ ୧୨ ଜିଲ୍ଲାର ଜିଲ୍ଲାପାଳ ଓ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି ଗୃହ ସଚିବ ସତ୍ୟବ୍ରତ ସାହୁ ।
ଅଧିକ ପଢନ୍ତୁ : ଭାରତର ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ପଟୁ ଚାଲିଛି ଗୁଳି ବର୍ଷା; ସୀମାବର୍ତ୍ତୀ ଲୋକଙ୍କ ପାଇଁ ବଙ୍କର ପାଲଟିଛି ସୁରକ୍ଷିତ ସ୍ଥାନ
ଅନ୍ୟପଟେ ଭାରତ ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଇଛି । ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ମଙ୍ଗଳବାର ମଧ୍ୟରାତ୍ରରେ ଅପରେସନ ସିନ୍ଦୁର ମାଧ୍ୟମରେ ପ୍ରତିଶୋଧ ନେଇଛି । ଭାରତୀୟ ବାୟୁସେନା ଓ ସ୍ଥଳ ସେନା ମିଳିତ ଆକ୍ରମଣ କରି ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାକୁ ମାଟିରେ ମିଶାଇଦେଇଛି ।