ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଆହୁରି ତୀବ୍ର ହେବାର ଆଶଙ୍କା ରହିଛି । ଏହାକୁ ନଜରରେ ବିଭିନ୍ନ ସୀମାବର୍ତ୍ତୀ ରାଜ୍ୟଗୁଡ଼ିକକୁ ହାଇଆଲର୍ଟ ଜାରି କରାଯାଇଛି । ଏହାରି ମଧ୍ୟରେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ର ସମସ୍ତ ଜବାନଙ୍କ ଛୁଟି ବାତିଲ କରାଯାଇଛି । ଯେଉଁମାନେ ଛୁଟିରେ ଅଛନ୍ତି ତୁରନ୍ତ ଫେରି ନିଜ ନିଜର ମୁଖ୍ୟ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପକ୍ଷରେ ଏହି ଘଟଣା ପରଠାରୁ ଜମ୍ମୁ-କାଶ୍ମୀର, ରାଜସ୍ଥାନ, ପଞ୍ଜାବ, ଚଣ୍ଡିଗଡ଼, ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶ ଆଦି ରାଜ୍ୟ ଗୁଡ଼ିକୁ ହାଇଆଲର୍ଟରେ ରଖାଯାଇଛି । ଏହା ସହିତ ରାତି ୧୨ଟା ପରଠାରୁ ପ୍ରାୟ ୨୦୦ ବିମାନ ଚଳାଚଳକୁ ବାତିଲ କରାଯାଇଛି ।
ସେପଟେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପୋଲିସ ମୁଖ୍ୟ ସହିତଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଜମ୍ମୁ କାଶ୍ମୀର, ପଞ୍ଜାବ, ରାଜସ୍ଥାନ, ଗୁଜରାଟ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ବିହାର, ସିକିମ, ପଶ୍ଚିମବଙ୍ଗ ଏବଂ ଲଦାଖର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପୋଲିସ ମୁଖ୍ୟଙ୍କ ସହିତ ଆଲୋଚନା କରିଛନ୍ତି ।
ଅଧିକ ପଢନ୍ତୁ : ସରକାରଙ୍କୁ ବହୁତ ଧନ୍ୟବାଦ : ପ୍ରଶାନ୍ତ ଶତପଥୀଙ୍କ ସ୍ତ୍ରୀ