ଭୁବନେଶ୍ୱର: ପହଲଗାମର ପ୍ରତିଶୋଧରେ ଥରି ଉଠିଛି ପାକିସ୍ତାନ । ଭାରତୀୟ ସେନା ଅପରେସନ୍ ସିନ୍ଦୂର ମାଧ୍ୟମରେ ୨୬ ଜଣ ମୃତ ପର୍ଯ୍ୟଟକଙ୍କୁ ପରିବାରକୁ ନ୍ୟାୟ ଦେଇଛି । ଏହାକୁ ନେଇ ଏବେ ସାରା ଦେଶରେ ଖୁସି ଓ ଉତ୍ସବର ଲହରି ଖେଳି ଯାଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜର ଖୁସି ବ୍ୟକ୍ତ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ତାଙ୍କ ଏକ୍ସ ଆକାଉଣ୍ଟରେ କହିଛନ୍ତି, ଏକତାର ସହିତ ଭାରତ ଛିଡ଼ା ହୋଇଛି । ଭାରତ ଏକତାରେ ଠିଆ ହୋଇଛି। ଅପରେସନ ସିନ୍ଦୁର ମାଧ୍ୟମରେ ଦେଖାଇଥିବା ସାହସିକତା ଏବଂ ସଂକଳ୍ପ ପାଇଁ ସାହସୀ ସଶସ୍ତ୍ର ବାହିନୀକୁ ସାଲ୍ୟୁଟ୍ । ଆତଙ୍କବାଦ ଉପରେ ପ୍ରତ୍ୟେକ ଆକ୍ରମଣ ଏକ ବାର୍ତ୍ତା, ଆମେ ଆମର ସାର୍ବଭୌମତ୍ୱ ପ୍ରତି ବିପଦକୁ ସହ୍ୟ କରିବୁ ନାହିଁ ।
ସେହିପରି ନବୀନ ପଟ୍ଟନାୟକ ଭାରତୀୟ ସେନାର ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ପହଲଗାମ ପ୍ରତିଶୋଧ ପାଇଁ ଭାରତୀୟ ସେନାକୁ ଅଭିନନନ୍ଦନ ଜଣାଇଛନ୍ତି ନବୀନ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ମଙ୍ଗଳବାର ବିଳମ୍ବିତ ରାତିରେ ପାକିସ୍ତାନର ନିଦ ହଜାଇ ଦେଇଛି ଭାରତୀୟ ସେନା । ପହଲଗାମ ଆକ୍ରମଣର ୧୪ ଦିନ ପରେ ପ୍ରତିଶୋଧ ନେଇଛି ଭାରତ । ନିଜ ସୀମା ମଧ୍ୟରେ ରହି ଭାରତୀସ ବାୟୁ ସେନା ଆକ୍ରମଣ କରିଛି । ଲଢ଼ୁଆ ଯୁଦ୍ଧ ବିମାନ ରାଫେଲ୍ ଓ ସୁଖୋଇରୁ ଆତଙ୍କୀ ଶିବିରରେ ହୋଇଥିଲା ଆଟାକ୍ । ଏୟାରଷ୍ଟ୍ରାଇକରେ ୮ ସୁଖୋଇ, ୪ ରାଫେଲ୍ ସାମିଲ୍ ରହିଛି । ମୋଟ ୯ଟି ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିବାରେ ସଫଳ ହୋଇଛି ସେନା । ପାକ୍ ଅଧିକୃତ କାଶ୍ମୀରରେ ୫ଟି ଓ ପାକିସ୍ତାନ ୪ଟି ସ୍ଥାନରେ ଥିବା ବଡ଼ ବଡ଼ ଆତଙ୍କବାଦ ଶିବିରୁ ମିସାଇଲ ମାଧ୍ୟରେ ଧ୍ୱଂସ କରାଯାଇଛି । ବହାବଲପୁର, ମୁରିଦକେ, ଗୁଲପୁର, ଭୀମବର, ଚକ ଅମରୁ, ବାଗ, କୋଟଲି, ସିୟାଲକୋଟ ଓ ମୁଜଫରାବାଦରେ ସ୍ଥିତ ୯ଟି ଆତଙ୍କୀ ଶିବିରକୁ ଟାର୍ଗେଟ୍ କରିଛନ୍ତି । ଏହି ଅପରେସନ୍ ପାଇଁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଅପରେସନର ପ୍ରସ୍ତୁତି ପାଇଁ ସୁରକ୍ଷା ଓ ପ୍ରତିରକ୍ଷା ଏଜେନ୍ସି ସହ ୧୫ରୁ ଅଧିକ ବୈଠକ କରିଥିଲେ ।