ଭୁବନେଶ୍ୱର : ଯୁଦ୍ଧ ପ୍ରସ୍ତୁତି ପାଇଁ ଆଜିଠୁ ଆରମ୍ଭ ହେଲା ମକ୍ ଡ୍ରିଲ୍ । ରାଜଧାନୀ ଭୁବନେଶ୍ୱରରେ ବାଜିଲା ଯୁଦ୍ଧ ସାଇରନ । ଏଥିସହିତ ଏକାସାଙ୍ଗରେ କେନ୍ଦ୍ରାପଡ଼ା, ପାରାଦୀପ, ବାଲେଶ୍ୱର, ରାଉରକେଲା, ଗଞ୍ଜାମର ଗୋପାଳପୁରରେ ମଧ୍ୟ ଏହି ଯୁଦ୍ଧ ସାଇରନ ବାଜିଛି । ବୋମା ବର୍ଷଣ ବେଳେ ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି । ଯୁଦ୍ଧ ହେଲେ ଜନସାଧାରଣ କିପରି ନିଜ ଧନଜୀବନକୁ ସୁରକ୍ଷିତ ରଖିବେ ସେ ନେଇ ଆଜିର ଏହି ମକ୍ଡ୍ରିଲ୍ ହୋଇଛି । ଏଥିରେ କେହି ଭୟଭୀତ ହେବାର ନାହିଁ ବୋଲି ପରାମର୍ଶ ଦିଆଯାଇଛି। ପୁଣି ଥରେ ୪ ଟା ୩୦ ମିନିଟ୍ ସମୟରେ ପୁନର୍ବାର ଶେଷ ଆଲର୍ଟ ନିମନ୍ତେ ଆଉ କିଛି ଗୋଟିଏ ସାଇରନ ବାଜିଥିଲା । ଏହି କାର୍ଯ୍ୟକ୍ରମର ବହୁଳ ପ୍ରଚାର ପ୍ରସାର କରି ଜନ ସଚତନତା ସୃଷ୍ଟି କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
ଅଧିକ ପଢନ୍ତୁ : କିଏ ଏ କର୍ଣ୍ଣେଲ ସୋଫିଆ କୁରେସି, ଯାହାଙ୍କୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା
ଏହି ମକ୍ ଡ୍ରିଲ୍ ନାଗରିକ ଏବଂ ଅଧିକାରୀମାନଙ୍କୁ ପ୍ରକୃତ ସଙ୍କଟ ସମୟରେ ଦକ୍ଷତାର ସହ ପ୍ରତିକ୍ରିୟା କରିବାରେ ସାହାଯ୍ୟ କରିବ। ଏହା ନାଗରିକ-ସୈନ୍ୟ ସମନ୍ୱୟ ଗଢ଼ି ଭାରତର ସାମଗ୍ରିକ ପ୍ରତିରକ୍ଷା ପ୍ରସ୍ତୁତିକୁ ସମର୍ଥନ କରେ। ଭାରତର ଆଧୁନିକ ନିରୀକ୍ଷଣ ସିଷ୍ଟମ, ସ୍ତରୀୟ ପ୍ରତିରକ୍ଷା ସ୍ଥାପତ୍ୟ, ଏବଂ ନାଗରିକ ସଂଯୋଗ ବ୍ୟବସ୍ଥା ଏହାକୁ ଯେକୌଣସି ଆକସ୍ମିକ ପରିସ୍ଥିତି ପାଇଁ ପ୍ରସ୍ତୁତ କରେ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାର ୧୫ଦିନ ପରେ ଭାରତ ବିଳମ୍ବିତ ରାତିରେ ପ୍ରତିଶୋଧ ନେଇଛି। ମକ୍ଡ୍ରିଲ ପୂର୍ବରୁ ଭାରତ ଆତଙ୍କବାଦ ବିରୋଧରେ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଛି। ଆତଙ୍କବାଦୀ ଓ ଏହାର ସମର୍ଥକଙ୍କୁ ମାଟିରେ ମିଶାଇ ଦେଇଛି। ଭାରତୀୟ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି।