ଯାଜପୁର : କର୍ମଜୀବୀ ମହିଳାଙ୍କୁ ଅଟୋ ଚାଳକଙ୍କ ସମେତ ଏକାଧିକ ବ୍ୟକ୍ତିଙ୍କ ଦ୍ଵାରା ଅସଦାଚରଣ ଘଟଣା । ଅଭିଯୁକ୍ତ ଅଟୋ ଡ୍ରାଇଭର ବଳରାମ ଦାସ ଙ୍କୁ ଗିରଫ କଲା ଯାଜପୁର ପୋଲିସ । ଗତ ଏପ୍ରିଲ ୨୨ ତାରିଖ ସନ୍ଧ୍ୟାରେ ଏକ ମହିଳାଙ୍କୁ ସହର ଉପକଣ୍ଠରେ ଏକ ଘରୋଇ ନର୍ସିଂହୋମରୁ ଘରକୁ ଅଟୋ ଯୋଗେ ଯିବା ସମୟରେ କିଛି ଅସାମାଜିକ ଯୁବକ ଅସଦାଚାରଣ ବ୍ୟବହାର ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଯେଉଁ ଘଟଣାରେ ମହିଳା ଜଣକ ଥାନାରେ ଏତଲା ଦେଇଥିଲେ ।
ସୂଚନାଯୋଗ୍ୟ ଅଭିଯୁକ୍ତ ଦଶରଥପୁର ଥାନା କୁଆଁର ଅଂଚଳର ଅଟେ । ଅଭିଯୁକ୍ତଙ୍କ ସମେତ ଅଟୋରେ ଥିବା ୨ଜଣ ଯାତ୍ରୀ ମାନେ ମଧ୍ୟ ଅସଦାଚରଣ କରିଥିଲେ। ପୋଲିସ ଅନ୍ୟ ଯାତ୍ରୀଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଥିବା ବେଳେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ଯାଜପୁର ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶିତିକଣ୍ଠ କାନୁନଗୋ। ଏହି ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଏସଡିପିଓ ପ୍ରଶାନ୍ତ କୁମାର ମାଝୀ, ଯାଜପୁର ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ଉପସ୍ଥିତ ଥିଲେ।