ଭୁବନେଶ୍ୱର : ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ। କ୍ରାଇମବ୍ରାଞ୍ଚ ଏସଟିଏଫ ହାତରେ ବ୍ରାଉନ ସୁଗାର ବେପାରୀ। ରାଜଧାନୀ ଭୁବନେଶ୍ୱରରୁ ଏହି ୨୬୩ଗ୍ରାମ ର ବ୍ରାଉନ ସୁଗାର ଜବତ ହୋଇଛି। ଯାହାର ମୂଲ୍ୟ ପ୍ରାୟ ୨୫ରୁ ୩୦ ଲକ୍ଷ ଟଙ୍କା। ତେବେ ବ୍ରାଉନ ସୁଗାର ଚୋରାଚାଲାଣ କରୁଥିବା ଅଭିଯୁକ୍ତ ଜ୍ୟୋତି ସାମନ୍ତ ରାୟଙ୍କୁ ଖୋର୍ଦ୍ଧାରୁ ଭୁବନେଶ୍ୱର ଆସୁଥିବାବେଳେ ଲବଣ ଗିରି ପାଞ୍ଚ ଗାଁ ଛକରେ ମାଡ଼ି ବସିଲା ଏସଟିଏଫ ଟିମ୍। ଏହାପରେ ସେହି ସ୍ଥାନରେ ଯୁବକଙ୍କୁ ଗିରଫ କରିଥିଲା। ତେବେ ଅଭିଯୁକ୍ତ ବିଶେଷ କରି କଲେଜ ପିଲାଙ୍କୁ ବ୍ରାଉନସୁଗାର ଦେଉଥିବା ବେଳେ ପୂର୍ବରୁ ତା ନାଁରେ ଅନେକ ମାମଲା ରହିଛି ବପଲ୍ଲୀ ତଦନ୍ତରୁ ଜାଣିବାକୁ ପାଇଥିଲା ଏସଟିଏଫ ଟିମ୍। ତେଣୁ ଅଧିକ ତଥ୍ୟ ପାଇଁ ଏହି ଘଟଣାର ତଦନ୍ତ ଜାରି ରହିଛି।