ଭୁବନେଶ୍ୱର: ଯିଏ ବୟକଟ୍ ପୁରୀ କଥା ଉଠାଇବା ଦ୍ୱାରା ପୁରୀ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ପୁରୀର କୌଣସି ପ୍ରଚାର ପ୍ରସାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ରାଜ୍ୟ ପର୍ଯ୍ୟଟନ ବିଭାଗରେ ଥିବା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଶ୍ରୀମତି ପରିଡ଼ା କହିଛନ୍ତି, ଯିଏ ବୟକଟ୍ ପୁରୀ କଥା ଉଠାଇବା ଦ୍ୱାରା ପୁରୀ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ପୁରୀର କୌଣସି ପ୍ରଚାର ପ୍ରସାର ଆବଶ୍ୟକତା ନାହିଁ । ବରଂ ପୁରୀ ପୁଣି ଲୋକଲୋଚନକୁ ଆସିଛି । ଯାହା ପାଖରେ ଜଗନ୍ନାଥଙ୍କ ଆର୍ଶୀବାଦ ଅଛି କାହାର ବୟକଟ୍, କଥା କିମ୍ବା ନାଲି ଆଖି କିଛି ପ୍ରଭାବ ପକାଇ ପାରିବ ନାହିଁ । ସରକାର ଓ ଠାକୁର ରାଜା ସ୍ପଷ୍ଟ କରିସାରିଥିବାବେଳେ ମୁକ୍ତି ମଣ୍ଡପ ମତ ଦେଇ ସାରିଛନ୍ତି । ତେଣୁ ଜଣେ ସାଧାରଣ ମଣିଷ ହିସାବରେ ଧାର୍ମିକ କ୍ଷେତ୍ରରେ ମତ ଦେବା ଆବଶ୍ୟକତା ନାହିଁ । ମମତା ବାନାର୍ଜୀ ଯାହା କରୁଛନ୍ତି ତାହା ଶୋଭନୀୟ ଆଚରଣ ନୁହେଁ ।
ଏହା ସହିତ ଉପ ମୁଖ୍ୟମନ୍ତ୍ରୀ ପୁରୀ ବିମାନ ବନ୍ଦରକୁ କେନ୍ଦ୍ରର ମଞ୍ଜୁରି ପ୍ରଦାନକୁ ସ୍ୱାଗତ କରିଛନ୍ତି । ଏହା ଦ୍ୱାରା ପର୍ଯ୍ୟଟନ ଆହୁରି ବୃଦ୍ଧି ହେବ । ବିଶ୍ୱ ସ୍ତରରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏଟା ସୁବିଧାଜନକ ହେବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ଏଥିପାଇଁ ସେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।