କେନ୍ଦୁଝର ; କେନ୍ଦୁଝରରେ ଆରମ୍ଭ ହେଲା ଟ୍ରୋମା କେୟାର ସେଣ୍ଟର ଓ ଆଇପିଡି। ସୋମବାର କେନ୍ଦୁଝର ଧରଣୀଧର ଭେଷଜ ମହାବିଦ୍ୟାଳୟ ପରିସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାକୁ ଲୋକାର୍ପଣ କରିଛନ୍ତି । ଖଣିଶିଳ୍ପ ଭରା କେନ୍ଦୁଝର ଜିଲ୍ଲାରେ ଦୁର୍ଘଟଣା ଦିନକୁ ଦିନ ବଢି ଚାଲିଥିବା ବେଳେ ଜିଲ୍ଲାରେ ଏକ ଟ୍ରୋମା କେୟାର ସେଣ୍ଟର ପାଇଁ ଦୀର୍ଘଦିନରୁ ଦାବି ହୋଇଆସୁଥିଲା। ମୁଖ୍ୟମନ୍ତ୍ରୀ କେନ୍ଦୁଝରବାସୀଙ୍କ ଏହି ଦାବୀକୁ ପୂରଣ କରିବା ସହ ମେଡ଼ିକାଲ କଲେଜରେ ଅନ୍ତବିଭାଗ ଚିକିତ୍ସାକୁ ମଧ୍ୟ ଉଦଘାଟନ କରିଛନ୍ତି।
ଆଗାମୀ ଦିନରେ କେନ୍ଦୁଝର ମେଡ଼ିକାଲ କଲେଜକୁ ଏକ ଆଦର୍ଶ ଅନୁଷ୍ଠାନ କରିବା ସହ ଏହାର ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ ବୋଲି ମୋହନ ମାଝୀ କହିଥିଲେ। ଆବଶ୍ୟକ ପଡିଲେ ରାଜ୍ଯ ବାହାରୁ ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର ଆଦି ବଡବଡ ଡାକ୍ତର ମାନଙ୍କୁ କେନ୍ଦୁଝର ଆଣି ଉତ୍ତମ ଏବଂ ଉନ୍ନତିମୂଳକ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।