କେନ୍ଦୁଝର : ୱାକଫ୍ ବିଲ୍ ସଂଶୋଧନ କର୍ମଶାଳାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦୁଝର ଜିଲ୍ଲାକୁ ଗସ୍ତର ଦ୍ୱିତୀୟ ଦିନରେ କେନ୍ଦୁଝର ଅଡ଼ିଟୋରିୟମ୍ ରେ ଆୟୋଜିତ ଏକ ଜିଲ୍ଲାସ୍ତରୀୟ ୱାକଫ୍ ସଂଶୋଧନ ଜନ ଜାଗରଣ ଅଭିଯାନ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଏହି ବିଲ୍ ସଂଶୋଧନ ସମ୍ପର୍କରେ ମତ ରଖିଥିଲେ। ୱାକଫ୍ ସଂଶୋଧିତ ବିଲ୍ କିପରି ଗରିବ ଲୋକଙ୍କ ସ୍ଵାର୍ଥରେ ଲାଗି ପାରିବ ସେ ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତଥା କେନ୍ଦ୍ରସରକାର ଧ୍ୟାନ ଦେଇଥିବା ସେ କହିଛନ୍ତି l ଏହି କର୍ମଶାଳାରେ ଜିଲ୍ଲାର କୋଣ ଅନୁକୋଣରୁ ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କ ସହ, ବୃଦ୍ଧିଜୀବୀ ଓ ଜନସାଧାରଣ ଯୋଗ ଦେଇଥିଲେ। ୱାକଫ୍ ବିଲ୍ ସଂଶୋଧନ ସମ୍ପର୍କରେ ଜନସଚେତନତା କିପରି ତୃଣମୂଳ ସ୍ତରର ଲୋକେ ସଠିକ୍ ଭାବେ ପାଇବେ, ସେନେଇ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ ।