ଭୁବନେଶ୍ୱର : ଆସନ୍ତା ମେ ୧୧ ତାରିଖରେ ସାରା ବିଶ୍ଵରେ ମଦର୍ସ ଡେ ପାଳିତ ହେବାକୁ ଯାଉଛି। ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମେ ୬ ରୁ ୧୦ ପର୍ଯ୍ୟନ୍ତ ଏକ ସେଲଫି ପ୍ରତିଯୋଗିତା “ମଦର୍ସ ଡେ ସେଲଫି କଣ୍ଟେଷ୍ଟ” ଏକ ଅଭିନବ ପ୍ରୟାସର ଶୁଭାରମ୍ଭ କରିଛନ୍ତି। ନିଜ ମାଆଙ୍କ ସହ ସେଲଫି ଉଠାଇ, ମାଆଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନରେ ଦୁଇ ପଦ ଲେଖି ମହିଳା ଓ ଶିଶୁ ବିକାଶ ବିଭାଗକୁ ଟ୍ୟାଗ କରନ୍ତୁ।
#MoBou, #WCDOdisha, #Mothersday ରେ ଟ୍ୟାଗ କରି ସେଲଫି ସହ ଭାବାବେଗ ସମ୍ବଳିତ ବାର୍ତ୍ତା ପୋଷ୍ଟ କରିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି। ଫେସବୁକ, ଇନଷ୍ଟାଗ୍ରାମ ଏବଂ ଏକ୍ସ ବା ଟ୍ଵିଟର, ପ୍ରତ୍ୟେକରୁ ୩ ଟି ଶ୍ରେଷ୍ଠ ଓ ହୃଦୟସ୍ପର୍ଶୀ ବିବେଚିତ ସେଲଫି ଏବଂ ବାର୍ତ୍ତା ପ୍ରେରକଙ୍କୁ ବିଜେତା ଘୋଷଣା କରି ମେ ୧୧ ତାରିଖ ମଦର୍ସ ଡେ ଦିବସରେ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯିବ। ବିଜେତାଙ୍କ ଫୋଟୋ ବିଭାଗର ଅଫିସିଆଲ ହ୍ୟାଣ୍ଡେଲରେ ପୋଷ୍ଟ କରାଯିବ। ଭୁବନେଶ୍ୱରସ୍ଥିତ ଏକାମ୍ର ହାଟରେ ମଦର୍ସ ଡେ ପାଳନ ଅବସରରେ ବିଜେତାମାନେ ନିଜର ଉପଯୁକ୍ତ ପ୍ରମାଣପତ୍ର ଦର୍ଶାଇ ପୁରସ୍କାର ଗ୍ରହଣ କରିପାରିବେ।