ଭୁବନେଶ୍ୱର: ଚଳିତ ବର୍ଷ ଖୁବଶୀଘ୍ର ଆସିବ ମୌସୁମୀ। ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ଏକ୍ସରେ ସୂଚନା ଦେଇ ସେ କହିଛନ୍ତି ଯେ ମେ ୧୩ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ଛୁଇଁବ ମୌସୁମୀ। ଦକ୍ଷିଣଆଣ୍ଡାମାନ ସାଗର, ଦକ୍ଷିଣବଙ୍ଗୋପସାଗରର କିଛି ଅଞ୍ଚଳ ଏବଂ ନିକୋବର ଦୀପପୁଞ୍ଜ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ହେଉଛି ।
ଅନ୍ୟପଟେ କାଳବୈଶାଖୀରେ ସପ୍ତାହ ହେବ ଆଶ୍ୱସ୍ତି ମିଳିଥିବା ଓଡ଼ିଶାବାସୀ ପୁଣି ଅସହ୍ୟ ଗରମରେ ଛଟପଟ ହେବେ। ଆସନ୍ତା ୯ ତାରିଖରୁ ଗ୍ରୀଷ୍ମପ୍ରବାହ ସମ୍ଭାବନା ରହିଛି । ୨୪ ଘଣ୍ଟା ପରେ ପରବର୍ତ୍ତୀ ୨ ଦିନ ମଧ୍ୟରେ ପୂର୍ବ ଭାରତରେ ୩ ରୁ ୫ ଡ଼ିଗ୍ରୀ ଯାଏଁ ତାତି ବଢିବ । ତେବେ ୮ ତାରିଖରୁ ପୂର୍ଵ ଭାରତ ଏବଂ ୯ରୁ ଓଡ଼ିଶାର କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି।