ଆଜି ବି କଲବଲ କଲା ତାତି ଜଳିଲା ସାରା ଓଡ଼ିଶା। ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ତାପମାତ୍ରା ୪୪ ଡିଗ୍ରୀ ସେଲ୍ସିୟସ ଛୁଇଁଛି । ଆଜି ୪୪.୩ ଡିଗ୍ରୀ ସହ ବୌଦ୍ଧ ପାଲଟିଛି ସବୁଠୁ ତତଲା ସହର। ଏହା ତଳକୁ ଦ୍ୱିତୀୟରେ ରହିଛି ବାରିପଦା। ଆଜି ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ କରାଯାଇଛି।ଏଥିସହ ଆଜି ରାଜ୍ୟରେ ୩୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା ଠୁ ଅଧିକ ରହିଛି। ସେଥିରୁ ୧୦ଟି ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଛି।
ଆଜି ଝାରସୁଗୁଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଅନୁଗୋଳରେ ୪୩.୭, ଟିଟିଲାଗଡ଼ରେ ୪୩.୫, ବଲାଙ୍ଗିରରେ ୪୩, ଭବାନୀପାଟଣାରେ ୪୩, ମାଲକାନଗିରିରେ ୪୩, ନୂଆପଡ଼ାରେ ୪୩ ଓ ନୟାଗଡ଼ରେ ୪୩ ଡିଗ୍ରୀ ରହିଛି। ସେହିପରି ତାଳଚେରର ତାପମାତ୍ରା ୪୨.୮ ଡିଗ୍ରୀ ରହିଥିବା ବେଳେ କଟକରେ ୪୨.୭, ସମ୍ବଲପୁରରେ ୪୨.୫, ସୁନ୍ଦରଗଡ଼ରେ ୪୨.୫, ରାଉରକେଲାରେ ୪୨.୪, ଚାନ୍ଦବାଲିରେ ୪୨.୨, ପାରଳାଖେମୁଣ୍ଡିରେ ୪୨.୨, କେନ୍ଦୁଝରରେ ୪୨.୨, ହୀରାକୁଦରେ ୪୨.୧ ଓ ଢେଙ୍କାନାଳରେ ୪୨.୫ ଡିଗ୍ରୀ ରେକର୍ଡ ହୋଇଛି । ଆଜି ତାପମାତ୍ରାରେ ଭୁବନେଶ୍ବରକୁ ଟପିଗଲା କଟକ। ଆଜି ଭୁବନେଶ୍ୱରରେ ତାପମାତ୍ରା ୪୧.୪ ଥିବାବେଳେ କଟକରେ ୪୨.୭ ଡିଗ୍ରୀ ତାପମାତ୍ରା ରହିଥିଲା।
ଆଞ୍ଚଳିକ ପାଣିପାଗ ସୂଚନା ଅନୁଯାୟୀ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତନ ର ସମ୍ଭାବନା ନଥିବା ବେଳେ ପରବର୍ତୀ ୩ ଦିନ ମଧ୍ୟରେ ପଶ୍ଚିମା-ଝଡ ଦ୍ୱାରା ପ୍ରଶମିତ କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ଯାଏଁ ହ୍ରାସ ଘଟିବାରେ ସମ୍ଭାବନା ରହିଛି | ପ୍ରଭାବରେ ୨୧ ରୁ ୨୪ ଅପ୍ରେଲ ମଧ୍ୟରେ ରାଜ୍ୟରେ ତାତିରୁ ସାମୟିକ ଆଶ୍ବସ୍ତି ମିଳିବାର ସମ୍ଭାବନା ରହିଥିବା ବେଳେ, ୨୫ ତାରିଖ ପରଠାରୁ ପୁଣି ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ସହ ରାଜ୍ୟର ତାପମାତ୍ରା ବୃଦ୍ଧି ସହ ଅପ୍ରେଲ ଶେଷ ଆଡକୁ ଗ୍ରୀଷ୍ମ ଲହରୀ ସହ କିଛି ଅଞ୍ଚଳରେ ଉଷ୍ମ ଆଦ୍ର ପାଣିପାଗ ପରିସ୍ତିତି ସୃଷ୍ଟି ହେବାର ସମ୍ଭାବନା ରହିଛି |