ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦୁଇ ଦିନ ହେଲା କଲବଳ କରୁଛି ଖରା ।ଆଜି ଦିନ ସାଢ଼େ ୧୧ରେ ତାପମାତ୍ରା ୪୩ ଡିଗ୍ରୀ ଟପିଛି। ଝାରସୁଗୁଡ଼ାର ତାପମାତ୍ରା ସର୍ବାଧିକ ୪୩.୮ ଡିଗ୍ରି ଛୁଇଁଛି।
ସେହିପରି ସମ୍ବଲପୁରର ତାପମାତ୍ରା ୪୧.୮ ଡିଗ୍ରି ଛୁଇଁଥିବାବେଳେ ରାଉରକେଲାର ତାପମାତ୍ରା ୪୧.୬ ଡିଗ୍ରି ଏବଂ ହୀରାକୁଦ ତାପମାତ୍ରା ୪୧.୪ ଡିଗ୍ରି ଛୁଇଁଥିବା ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।