କେନ୍ଦ୍ରାପଡା : ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଶ୍ରେଣୀଗୃହରେ ତାଲାମାରି ସ୍କୁଲ୍ ଛୁଟି କରି ଚାଲି ଗଲେ ଶିକ୍ଷୟିତ୍ରୀ। ଦୀର୍ଘ ଦୁଇ ଘଣ୍ଟା ପରେ ସ୍ଥାନୀୟ ସରପଞ୍ଚଙ୍କ ହସ୍ତକ୍ଷେପ ପରେ ଉଦ୍ଧାର ହେଲେ ଛାତ୍ରୀ । ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ବଉଳକଣୀ ପ୍ରାଥମିକ ବିଦ୍ୟାଳୟ ରେ। ବଉଳକଣି ବିଦ୍ୟାଳୟର ତୃତୀୟଶ୍ରେଣୀର ଛାତ୍ରି ସ୍ମୃତି ଜେନା ସବୁ ଦିନ ଭଳି ସ୍କୁଲ୍ କୁ ଆସି ଆଜି ଘରକୁ ଫେରି ନଥିଲେ, ପରିବାର ପକ୍ଷରୁ ସବୁ ଆଡେ ଖୋଜା ଖୋଜି କରି ନିରାଶ ହୋଇଥିଲେ। ସ୍ଥାନୀୟ ଲୋକ ଖବର ଦେବାରୁ ପରିବାର ଲୋକ ସ୍କୁଲ୍ ବନ୍ଦ ଥିବା ଗୃହରେ କାନ୍ଦୁଥିବାର ଦେଖିବାକୁ ପାଇଥିଲେ। ଗ୍ରାମବାସୀ ଓ ସରପଞ୍ଚ ସାଲବେଗ ମାହାଳି ପହଞ୍ଚି ତୁରନ୍ତ ସ୍କୁଲ୍ ଶିକ୍ଷ୍ୟୟତ୍ରୀଙ୍କୁ ଡକାଇ ତାଲା ଖୋଲି ଛାତ୍ରୀଙ୍କୁ ଉଦ୍ଧାର କରିଥିଲେ। ତେବେ ଏହା ଶିକ୍ଷୟିତ୍ରୀଙ୍କ ଦାୟିତ୍ୱ ହୀନତା ନା କୌଣସି କାରଣରୁ ପିଲାଟିକୁ ଦଣ୍ଡ ଦେବାକୁ ଏପରି କରିଥିଲେ ତାହା ଜଣା ପଡି ନାହିଁ। ଏଭଳି ଘଟଣା ଉପରେ ସ୍ଥାନୀୟ ପ୍ରଶାସନ ଦୃଷ୍ଟାନ୍ତ ମୁଳକ କାର୍ଯ୍ୟନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।