ରାଜ୍ୟ ସରକାରଙ୍କ ଶିକ୍ଷାବର୍ଷ କ୍ୟାଲେଣ୍ଡରରେ ନିର୍ବାଚନ ପାଇଁ ତାରିଖ ନଥିବା ସାମନାକୁ ଆସିବା ପରେ ତେଜିଛି ଛାତ୍ରମାନଙ୍କ ମଧ୍ୟରେ ଅଶାନ୍ତି। ତେଣୁ ଆଜିଠୁ ସାରା ରାଜ୍ୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଆନ୍ଦୋଳନ କରାଯିବ। ସେହିପରି ଛାତ୍ର କଂଗ୍ରେସ ମଧ୍ୟ ରଣହୁଙ୍କାର ଦେଇଛି। ରାଜ୍ୟ ସରକାରଙ୍କୁ ୨୪ ଘଣ୍ଟାର ମହଲତ ଦେଇଛି ଛାତ୍ର କଂଗ୍ରେସ। ୨୪ ଘଣ୍ଟା ମଧ୍ୟରେ ଛାତ୍ର ସଂସଦ ନିର୍ବାଚନ ନେଇ ସରକାର ଘୋଷଣା ନକଲେ ରାଜ୍ୟବ୍ୟାପି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ଛାତ୍ର କଂଗ୍ରେସ।
ସୂଚନା ମୁତାବକ , ତେଜିଲା ଛାତ୍ର ସଂସଦ ନିର୍ବାଚନ ଦାବି ଏବଂ ରାଜ୍ୟ ସରକାରଙ୍କୁ ୨୪ ଘଣ୍ଟାର ମହଲତ ଦେଇଛି ଛାତ୍ର କଂଗ୍ରେସ। ପ୍ରତି କଲେଜ ଓ ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନ କରାଯିବ କହିଛି ଛାତ୍ର କଂଗ୍ରେସ। ସେହିପରି ଆସନ୍ତା ୧୫ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ ଦିବସ କରିବାକୁ ନିଷ୍ପତ୍ତି ନେଇଛି ଏଆଇଡିଏସ୍ଓ ବା ଅଲ ଇଣ୍ଡିଆ ଡେମୋକ୍ରାଟିକ୍ ଷ୍ଟୁଡେଣ୍ଟସ ଅର୍ଗାନାଇଜେସନ୍ । ରାଜ୍ୟ ସରକାରଙ୍କ ଶିକ୍ଷାବର୍ଷ କ୍ୟାଲେଣ୍ଡରରେ ନିର୍ବାଚନ ପାଇଁ ତାରିଖ ନଥିବା ସାମନାକୁ ଆସିବା ପରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବନାହିଁ ବୋଲି ସ୍ପଷ୍ଟ ହୋଇଛି । ତେବେ ରାଜ୍ୟ ସରକାରଙ୍କ ଏଭଳି ଆଭିମୁଖ୍ୟକୁ ନେଇ ତେଜିଛି ଛାତ୍ରମାନଙ୍କ ମଧ୍ୟରେ ଅଶାନ୍ତି ।
ଅଧିକ ପଢନ୍ତୁ ;ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ସ୍କ୍ରବ ଟାଇଫସ ଚିହ୍ନଟ