ଏବେ ସାରା ରାଜ୍ୟରେ ଆତଙ୍କ ଖେଳାଇଛି ସ୍କ୍ରବ ଟାଇଫସ । ସୂଚନା ଅନୁସାରେ ,ଆଜି ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ସ୍କ୍ରବ ଟାଇଫସ ଚିହ୍ନଟ ହୋଇଛି ।
ବର୍ତ୍ତମାନ ସୁଦ୍ଧା ୧୩୨ ଜଣ ସ୍କ୍ରବ ଟାଇଫସ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଔଷଧ ଓ ନମୁନା ପରୀକ୍ଷା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ଭାରପ୍ରାପ୍ତ ସିଡିଏମ୍ଓ ସୂଚନା ଦେଇଛନ୍ତି । ପୂର୍ଵସୂଚନା ଅନୁସାରେ , ରାଜ୍ୟରେ ମ୍ୟାଲେରିଆ , ଡେଙ୍ଗୁ ପରେ ଏବେ ଓଡିଶାକୁ ଡରେଇବାକୁ ଆରମ୍ଭ କଲାଣି ସ୍କ୍ରବ୍ ଟାଇଫସ୍ । ରାଜ୍ୟରେ ବିଭିନ୍ନ ଜିଲ୍ଲାରୁ ଏଥିରେ ଆକ୍ରାନ୍ତ ହୋଇଥିବା ରୋଗୀ ଚିହ୍ନଟ ହେଉଛନ୍ତି । ଏମିତିକି ଏହି କୀଟ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ହୋଇଛି । ହେଲେ ଏତେ ସବୁ ପରେ ବି ସ୍ୱାସ୍ଥ୍ୟବିଭାଗ ତରଫରୁ କୌଣସି ଦୃଢ ପଦକ୍ଷେପ ନିଆଯାଇନାହିଁ । ଓଲଟା ଆକ୍ରାନ୍ତଙ୍କୁ ଲୁଚେଇବା ପାଇଁ ଏକ ଉଦ୍ୟମ କରାଯାଉଛି । ଏହି ରୋଗ ସାଧାରଣତଃ ଜୁଲାଇରୁ ନଭେମ୍ବର ମାସ ମଧ୍ୟରେ ଦେଖିବାକୁ ମିଳିଥାଏ । ' ଚିଗର୍ସ ' ନାମକ ଏକ କୀଟ କାମୁଡିବା ଦ୍ୟୁରା ଏହି ରୋଗ ହୋଇଥାଏ । ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ , ସର୍ବସାଧାରଣ ପୋଖରୀ , ବିଲ ଓ ଜଙ୍ଗଲକୁ ଯାଉଥିବା ଲୋକେ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ବିଗତ କିଛି ବର୍ଷ ହେବ ଏହି ରୋଗରେ ବୟସ୍କଙ୍କ ତୁଳନାରେ ଛୋଟ ପିଲା ଅଧିକ ଆକ୍ରାନ୍ତ ହେଉଛନ୍ତି । କେବଳ ଗ୍ରାମଞ୍ଚଳ ନୁହଁ ଏବେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏହି ସଂକ୍ରମଣ ଦେଖିବାକୁ ମିଳିଛି । ଏହି ରୋଗର ଲକ୍ଷଣ ହେଲା ଶରୀରରେ ତ୍ରିବ ଜ୍ୱର ସାଙ୍ଗକୁ ତଳିପେଟରେ ଯନ୍ତ୍ରଣା ଓ ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଦେଖାଦେଇଥାଏ । ଯେଉଁ ସ୍ଥାନକୁ ଏହି କୀଟ କାମୁଡ଼ିଥାଏ , ସେହି ସ୍ଥାନର ଚର୍ମ ମୃତ ହୋଇଥାଏ । ଯାହାକୁ 'ଏସ୍ଚର୍' ଭାବେ ବିବେଚନା କରାଯାଉଛି ।
ଆଗକୁ ପଢନ୍ତୁ :- ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି