ବସରେ ଯାଉଥିବା ବେଳେ ଯାତ୍ରୀଙ୍କ ଅସ୍ବାଭାବିକ ମୃତ୍ୟୁ । ଏମିତି ବି ମୃତ୍ୟୁ ଆସେ । ବସ ଭିତରେ ଚାଲିଗଲା ଜୀବନ।ଆଶ୍ଚର୍ଯ୍ୟ ହୋଇଗଲେ ସମସ୍ତ ଯାତ୍ରୀ । ଭୋଗରାଇ ରୁ ବାଲେଶ୍ବର ଯାଉଥିବା ମଧୁସୂଦନ ନାମକ ଏକ ଘରୋଇ ଯାତ୍ରୀବାହୀ ବସରେ ଯାତ୍ରୀ ଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ଏହି ଘଟଣାରେ ସେଠାରେ ଥିବା ଯାତ୍ରୀମାନଙ୍କ ମଧ୍ୟରେ ଭୟ ଖେଳିଯାଇଛି । ହଠାତ ଏପରି ମୃତ୍ୟୁ ଆସିବ ବୋଲି କିଏ ଜାଣିଥିଲା । ଚିକିତ୍ସିତ ହେବାକୁ ଯାଉଥିଲାବେଳେ ଏଭଳି ଦୁଃଖଦ ଘଟଣା ଘଟିଛି ।
ମୃତକ ଜଣକ ହେଉଛନ୍ତି ଭୋଗରାଇ ଥାନା ଅନ୍ତର୍ଗତ ଭୋଗରାଇ ଗ୍ରାମର ଗୌରାଙ୍ଗ ପ୍ରଧାନ। ପୂର୍ବରୁ ତାଙ୍କର ଦୁଇଟି କିଡ୍ନୀ ଖରାପ ହୋଇଯାଇଥିଲା । ଦୁଇଟି କିଡ଼ନୀ ଖରାପ ହୋଇ ଥିବାରୁ ସେ ବାଲେଶ୍ୱର ଜ୍ୟୋତି ହସ୍ପିଟାଲକୁ ଚିକିତ୍ସା କରିବା ପାଇଁ ଯାଉଥିଲେ । ତେବେ ଗୌରାଙ୍ଗ ଆଜି ସକାଳେ ଭୋଗରାଇରୁ ବସ ଯୋଗେ ଜଳେଶ୍ୱର ଯାଉଥିଲେ । ବସ୍ତି ଜଳେଶ୍ୱରରେ ପହଂଚିବା ପରେ ଜଳେଶ୍ୱର ବସଷ୍ଟାଣ୍ଡରେ ଗାଡି ଅଟକି ଥିଲା । ଗୌରାଙ୍ଗ ସେଠାର ଓଲ୍ଲାଇବ ପାଇଁ ଟିକଟ କରିଥିଲେ । ସେହି ବସଷ୍ଟାଣ୍ଡରେ କିଛି ଲୋକ ଓଲ୍ହାଇଥିଲେ । କିନ୍ତୁ ଗୌରାଙ୍ଗ ବସ ରୁ ଓଲ୍ହାଇ ନଥିଲେ ।ଏହାପରେ ବସର କଣ୍ଡକ୍ଟର ତାଙ୍କୁ ଓଲ୍ହାଇବା ପାଇଁ ଡାକିଥିଲେ । କିନ୍ତୁ ସେ ତାଙ୍କର କୌଣସି ଜବାବ ଦେଇନଥିଲେ ।
କଣ୍ଡକ୍ଟର ଜଣକ ତାଙ୍କ ପାଖକୁ ଯାଇ ଦେଖିଲା ବେଳକୁ ସେ ଚେତାଶୂନ୍ୟ ଅବସ୍ଥାରେ ଥିଲେ । ଏହା ପରେ ସମସ୍ତେ ଭୟଭୀତ ହୋଇଯାଇ ବସ କର୍ମଚାରୀ ମାନେ ଗୌରାଙ୍ଗଙ୍କୁ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ଜଳେଶ୍ବର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ଯବଛେଦ ପାଇଁ ପଠାଇଥିଲେ । ଏହାପରେ ପୋଲିସ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଏହି ଖବର ପାଇଁ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ଏଥିସହ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ଅଧିକ ପଢନ୍ତୁ :ମାଞ୍ଜାସୂତା ଲାଗି ୨ ବାଇକ ଆରୋହୀ ଆହତ