ଆଜି ମକର ସଂକ୍ରାନ୍ତି । ଏହି ପର୍ବକୁ ପୁରା ଦେଶରେ ବେଶ ଧୁମଧାମରେ ପାଳନ କରାଯାଇଥାଏ । ଏହି ଦିନର ମୁଖ୍ୟ ଆକର୍ଷଣ ସାଜିଥାଏ ଗୁଡ଼ି । ମକର ସଂକ୍ରାନ୍ତି ଅବସରରେ ଲୋକମାନଙ୍କୁ ମାଞ୍ଜାସୂତାରେ ଗୁଡ଼ି ଉଡେଇବା ପାଇଁ ମନ କରାଯାଇଥିବା ବେଳେ କଟକ ସମେତ ବିଭିନ୍ନ ସ୍ଥାନ ରେ ସକାଳୁ ସକାଳୁ ଗୁଡ଼ି ଉଡିବା ଆରମ୍ଭ ହୋଇଛି. ତେବେ ମଞ୍ଜା ସୂତାରେ ପ୍ରଶାସନ ଗୁଡ଼ି ଉଡ଼ା ଉପରେ କଟକଣା ଜାରି କରିଛି ଏ ସବୁ ସତ୍ୱେ କିଛି ଅମାନିଆ ମଞ୍ଜା ସୁତା ରେ ଗୁଡ଼ି ଉଡାଉ ଥିବା ସାମ୍ନାକୁ ଆସିଛି.
ଏହାପରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ୨ ଯୁବକଙ୍କ ଘର ନିଆଳିରେ ହୋଇଥିଲା ବେଳେ ବାଇକ ଯୋଗେ କଟକ ଆସିବା ସମୟରେ ଅଘଟଣ ଘଟିଛି। ଜଣଙ୍କ ବେକ ଓ ଅନ୍ୟଜଣଙ୍କ ହାତରେ ଏହି ସୁତା ଲାଗିଥିଲାର ସୂଚନା ମିଳିଛି । ତେବେ ସେହି ସମୟରେ ନିଜର ଉପସ୍ଥିତ ବୁଦ୍ଧି ଲଗାଇ ତୁରନ୍ତ ବାଇକ ଅଟକାଇ ଦେବାରୁ ସେମାନେ ବଡ ବିପଦରୁ ବର୍ତ୍ତୀ ଯାଇଥିଲେ । ଜଣେ ବ୍ୟକ୍ତିଙ୍କର ବେକରେ ଦାଗ ହୋଇଯିବା ସହିତ ଅନ୍ୟ ଜଣଙ୍କର ହାତ କଟି ରକ୍ତ ସ୍ରାବ ହୋଇଛି । ଏହାପରେ ତୁରନ୍ତ ନିକଟ ଡାକ୍ତର ଖାନାରେ ସେମାନେ ଚିକିତ୍ସା କରାଇଛନ୍ତି। ପୋଲିସ ଦ୍ବାରା ମଧ୍ୟ ଅନେକ ଜାଗାରେ ଗୁଡ଼ି ସୂତାକୁ ଜବତ୍ କରିବା ସହ ଲୋକମାନଙ୍କୁ ଏ ବାବଦରେ ସଚେତନ ମଧ୍ୟ କରୁଚି ବୋଲି ପ୍ରତିକ୍ରିୟା ଦେଇଛନ୍ତି ଏସିପି ଜୋନ ୪।